ଆଉ ମିଳିବନି ପ୍ରଶିକ୍ଷଣ ଭତ୍ତା

ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଓ ଅଫିସରଙ୍କୁ ଏଣିକି ଆଉ ପ୍ରଶିକ୍ଷଣ ଭତ୍ତା(ଟ୍ରେନିଂ ଆଲାଉନ୍ସ) ମିଳିବ ନାହିଁ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ ସଂସ୍ଥା ନିମନ୍ତେ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହୋଇଛି ।

ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କୁ ମିଳୁଥିବା ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଅତିରିକ୍ତ ଭତ୍ତାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗୋପବନ୍ଧୁ ପ୍ରଶାସନିକ ଏକାଡମୀ, ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ ଅଫ ଫାଇାନ୍ସିଆଲ ମ୍ୟାନେଜମେଂଟ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡମୀ, ଓଡ଼ିଶା ଜୁଡ଼ିସିଆଲ ଏକାଡେମୀ ଆଦି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଏକାଡେମୀ, କଲେଜ, ସ୍କୁଲ, ସଂସ୍ଥାନରେ ପ୍ରଶିକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଫିସରଙ୍କୁ ମିଳୁଥିବା ଏହି ଭତ୍ତା ପ୍ରତ୍ୟାହାର କରାଯାଇଛି ।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!