ନୂଆ ଓଡ଼ିଶା ନିର୍ମାଣରେ ବ୍ରତୀ ମନୋରଞ୍ଜନ ମିଶ୍ର

ଯୋଗାଯୋଗ ହେଉଛି ଗୋଟିଏ ରାଜ୍ୟର ବିକାଶରେ ସଞ୍ଜୀବନୀ ସଦୃଶ । ଯେଉଁ ରାଜ୍ୟର ଯୋଗାଯୋଗ ଯେତେ ଉନ୍ନତ ସେହି ରାଜ୍ୟ ସେତେ ସମୃଦ୍ଧ । ଓଡ଼ିଶାର ଯୋଗାଯୋଗ କ୍ଷେତ୍ରକୁ ଉନ୍ନତରୁ ଉନ୍ନତତର କରିବାକୁ ଗୁରତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେବାକୁ ରାଜ୍ୟ ପୂର୍ତ୍ତ ବିଭାଗ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଛି । ଓଡ଼ିଶା ରୂପାନ୍ତରଣର ଏହି ଐତିହାସିକ ପ୍ରକ୍ରିୟାକୁ ପ୍ରତି କ୍ଷଣରେ ପ୍ରଗତିର ପଥରେ ଆଗେଇ ନେଉଥିବା ଜଣେ ପରିଶ୍ରମୀ ଓ କର୍ମତତ୍ପର ବ୍ୟକ୍ତି ହେଲେ ପୂର୍ତ୍ତ ବିଭାଗର EIC ଶ୍ରୀ ମନୋରଞ୍ଜନ ମିଶ୍ର ।

ସାଧାରଣ ପରିବାରରୁ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ସିଭିଲ) ହେବାର ଗୌରବ ହାସଲ କରି ନିଜ କାର୍ଯ୍ୟଦକ୍ଷତା ଏବଂ ଦାୟିତ୍ବବୋଧତାର ପ୍ରମାଣ ଦେଇଛନ୍ତି ମନୋରଞ୍ଜନ । ବୃତ୍ତିଗତ ଜୀବନର ଲମ୍ବା ଅଭିଜ୍ଞତା ସାଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରତିଟି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ବ  । କର୍ତ୍ତବ୍ୟନିଷ୍ଠ, ଏକାଗ୍ରଚିତ୍ତ ଏବଂ ଜଣେ ଦକ୍ଷ ବ୍ୟକ୍ତିଭାବେ ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସଫଳତାର ଶୀର୍ଷରେ ପହଞ୍ଚିବାରେ ସେ ସକ୍ଷମ ହୋଇଛନ୍ତି  । ଦୀର୍ଘବର୍ଷର କ୍ୟାରିଅରେ  ଓବିସିସିର ଜେନେରାଲ ମ୍ୟାନେଜର, ପୂର୍ତ୍ତ ବିଭାଗର ସୁପରିନଟେଣ୍ଡେଣ୍ଟ ଇଞ୍ଜିନିଅର, ଓଡ଼ିଶା ଷ୍ଟେଟ ରୋଡ୍ସ ପ୍ରୋଜେକ୍ଟର ଏକଜୁକ୍ୟୁଟିଭ ଇଞ୍ଜିନିଅର ଭାବେ କାର୍ଯ୍ୟକରି ସଫଳତା ଆଣିଛନ୍ତି  । ତାଙ୍କ ସମର୍ପିତ ସେବା ଓ ଦକ୍ଷତାକୁ ସମ୍ମାନ ଦେଇ ମନୋରଞ୍ଜନଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ରାଜ୍ୟରେ ଫାଇଭ-ଟି ନୀତିରେ ରୂପାନ୍ତରଣକୁ ଗୁରୁତ୍ବ ଦିଆଯାଉଛି  । ପ୍ରତିଟି କ୍ଷେତ୍ରର ନବକଳେବର କରି ରାଜ୍ୟ ସରକାର ପ୍ରଗତିର ପଥକୁ ପ୍ରଶସ୍ତ କରୁଛନ୍ତି  । ନୂଆ ଓଡ଼ିଶାର ନିର୍ମାଣରେ ମନୋରଞ୍ଜନ ମିଶ୍ର ଗୁଣ୍ଡୁଚି ସାଜି ପ୍ରଗତିର ଧାରାକୁ ଆଗେଇ ନେଉଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରାଇବାରେ ତାଙ୍କ ଭୂମିକା ଅବର୍ଣ୍ଣନୀୟ । ତାଙ୍କ ନେତୃତ୍ବରେ ଓଡ଼ିଶାର ରାଜପଥରେ ଯାତ୍ରୀ ସୁରକ୍ଷା ପାଇଁ ନିର୍ମାଣ ହୋଇଛି ୫୦ରୁ ଅଧିକ ପଥପ୍ରାନ୍ତ ସୁବିଧା କେନ୍ଦ୍ର।୨୦୧୯ ସାଧାରଣ ନିର୍ବାଚନରେ ପ୍ରତିବର୍ଷ ୧ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୃତି ଦିଆଯାଇଥିଲା । ଗତ ୪ବର୍ଷରେ ୬ହଜାର କିଲୋମିଟିର ରାସ୍ତା ନିର୍ମାଣ କରି ଆଖିଦୃଶିଆ ସଫଳତା ହାସଲ କରିଛି ପୂର୍ତ୍ତ ବିଭାଗ । ସେହିପରି ୫୪୬କିମି ବିଜୁ ଏକ୍ସପ୍ରେସ ଓ୍ୱେ ଲକ୍ଷ୍ୟକୁ ପୂରଣ କରାଯାଇପାରିଛି । ଏହା ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ ହିସାବରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ ଆରମ୍ଭ ହୋଇଛି । ସେହିପରି ୧୨ଟି ପର୍ଯ୍ୟଟନସ୍ଥଳୀକୁ ଦୁଇ ଲାଇନ ବିଶିଷ୍ଟ ରାସ୍ତା  ନିର୍ମାଣ କରିବା, ବଡ଼ ବଡ଼ ସହରରେ ରିଂ ରୋଡ୍ ନିର୍ମାଣ, ବ୍ରିଜ, ବିଭିନ୍ନ ଧର୍ମସ୍ଥଳୀରେ ନିର୍ମାଣ କାର୍ଯ୍ୟ ସହ ବ୍ଲକ କାର୍ଯ୍ୟାଳୟକୁ ଦୁଇଲେନ ରାସ୍ତା ଦ୍ବାରା ସଂଯୋଗ ପ୍ରକ୍ରିୟା ଜାରି ରହିଛି  । ଏହାକୁ ନିଜେ ତଦାରଖ କରି ପ୍ରତିଟି ନିର୍ମାଣର ସଫଳ କାର୍ଯ୍ୟକାରିତାର ଅନୁଧ୍ୟାନ କରୁଛନ୍ତି ମନୋରଞ୍ଜନ ମିଶ୍ର  ।

କେବଳ ରାସ୍ତା, ସେତୁ ନୁହେଁ, ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମେଟ୍ରୋ ପ୍ରକଳ୍ପର ପ୍ରକ୍ରିୟା ଆଗେଇ ନେଉଛନ୍ତି  । ପୁରୀକୁ ବିଶ୍ବସ୍ତରୀୟ ଏୗତିହ୍ୟସ୍ଥଳୀରେ ପରିଣତ କରାଯାଉଥିବାବେଳେ ଏକାମ୍ର ପ୍ରକଳ୍ପ, ବିଭିନ୍ନ ମନ୍ଦିରର ରୂପାନ୍ତରଣ ଏବଂ ଡାକ୍ତରଖାନାର ନବକଳେବର କରାଯାଉଛି  । ଯାହାକି ମନୋରଞ୍ଜନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସମ୍ପନ୍ନ ହେଉଛି  । ବିଭିନ୍ନ ଜିଲ୍ଲାରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ନିଜେ ତଦାରଖ କରୁଛନ୍ତି ମନୋରଞ୍ଜନ । କେଉଁ ଅଫିସରେ ବସି ନୁହେଁ ବରଂ ନିଜେ ଗ୍ରାଉଣ୍ଡକୁ ଯାଇ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି  । ପ୍ରତିଟି ସମସ୍ୟାର ସମାଧାନ ପାଇଁ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଛନ୍ତି  । ଓଡ଼ିଶାକୁ  ସଶକ୍ତ ଓ ସମୃଦ୍ଧ କରି ଗଢିତୋଳିବାକୁ ରାଜ୍ୟ ସରକାରଙ୍କ ପ୍ରତିଟି ନିଷ୍ପତ୍ତିକୁ ସଫଳ କାର୍ଯ୍ୟକାରୀ କରାଇ ଖାଲି ପ୍ରଶାସନିକ ନୁହେଁ ବରଂ ଲୋକଙ୍କ ଗହଣରେ ମଧ୍ୟ ଗ୍ରହଣୀୟ ହୋଇଛନ୍ତି  । ମନୋରଞ୍ଜନଙ୍କ ସମ୍ପର୍କରେ ଏକ ପଜିଟିଭ ବାର୍ତ୍ତା ହେଉଛି, ଯେଉଁ କଥା କରିବାକୁ ମନୋରଞ୍ଜନ ନିଷ୍ପତ୍ତି ନିଅନ୍ତୁ ସେ କଥା ସେ କରିକି ଦେଖାନ୍ତି  । ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପ୍ରିୟଭାଜନ ହେବା ସହ ଟାର୍ଗେଟ ସମୟରେ କାମ ସାରି ରାଜ୍ୟବାସୀଙ୍କୁ ମଧ୍ୟ ଲାଭପ୍ରଦାନ କରନ୍ତି  । ତାଙ୍କର ଏଭଳି କର୍ମତତ୍ପରତା ଓ ଓଡ଼ିଶାର ବିକାଶର ଆଭିମୁଖ୍ୟ ପାଇଁ ଓଡ଼ିଶାବାସୀ ମଧ୍ୟ ସମ୍ମାନ ଓ ଆଦର କରନ୍ତି  ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!