ଆଲିଆ ଭଟ୍ଟଙ୍କ ଡିପ୍ ଫେକ୍ ଭିଡିଓ ଭାଇରାଲ୍। ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜୋଲ, କ୍ରିକେଟର ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆସିଛି ଆଉ ଏକ ଡିପଫେକ୍ ଭିଡିଓ। ସୋସିଆଲ ମିଡିଆରେ ଏହି ଭିଡିଏ ଭାଇରାଲ ହେଉଛି। ଅନ୍ୟ କାହାର ଶରୀରରେ ଆଲିଆ ଭଟ୍ଟଙ୍କ ଚେହେରାକୁ ଏଡିଟ୍ କରି ଲଗାଯାଇଛି ।ପୂର୍ବରୁ ଡିପଫେକ୍ ଭିଡିଓକୁ ନେଇ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଜ୍ଞାନକୌଶଳର ଅପବ୍ୟବହାର କରି କଳାକାରଙ୍କୁ ବଦନାମ କରାଯାଉଛି । ଡିପଫେକ୍ ଭିଡିଓ ପ୍ରସାର ରୋକିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ସେପଟେ ଡିପ୍ ଫେକ୍ ଭିଡିଓ ରୋକିବା ସୋସିଆଲ ସାଇଟର ଦାୟିତ୍ବ ବୋଲି କହିଛନ୍ତି କେନ୍ଦ୍ରୀୟ ଇଲେକ୍ଟୋନିକ୍ସି ଏବଂସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

