‘୩୩,୦୦୦ କୋଟିରେ ପହଞ୍ଚିଛି ଗ୍ରାମୀଣ ବ୍ୟବସାୟ’

ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଉତ୍ପାଦ ସଙ୍ଗଠନ (ଏଫ୍ପିଓ) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ଷ୍ଟେଟ୍ ଲେଭଲ କନ୍କ୍ଲେଭ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନାବାର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏଫ୍ପିଓ ଓ ଏସ୍ଏଚ୍ଜିଙ୍କର ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ଏହା କହିଛନ୍ତି। ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି। ଏପରିକି ଓଡ଼ିଶାର ଗ୍ରାମାଞ୍ଚଳରେ ଆର୍ଥିକ ବ୍ୟବସାୟ ପାଇଁ ୨୦୧୪ରେ ୧୩,୦୦୦ କୋଟି ଟଙ୍କା ବ୍ୟୟବରାଦ ହେଉଥିବା ବେଳେ ୨୦୨୩ରେ ଉକ୍ତ ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩,୦୦୦କୋଟି ଟଙ୍କାରେ ପହଞ୍ଚତ୍ଛି।

ବିଶେଷକରି ଏଫ୍ପିଓ ଏବଂ ଏସ୍ଏଚ୍ଜିଙ୍କୁ କମ୍ ସୁଧରେ ତଥା ନାମକୁ ମାତ୍ର ଋଣ ପ୍ରଦାନ କରିବା ବହୁତ ସହଜ ହୋଇଛି। କେନ୍ଦ୍ର ସରକାର ଏସ୍ଏଚ୍ଜିମାନଙ୍କୁ ୧୧% ସୁଧରେ ଋଣ ଦେଉଥିବା ବେଳେ ଉକ୍ତ ଋଣର ୭% କେନ୍ଦ୍ର ସରକାର ପରିଶୋଧ କରୁଥିବା ବେଳେ ରାଜ୍ୟ ସରକାର ୪% ସୁଧ ପରିଶୋଧ କରୁଛନ୍ତି। ଅପରପକ୍ଷରେ ଋଣ ନେଉଥିବା ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକ ବ୍ୟବସାୟକୁ ବଢାଇ ସ୍ବାବଲମ୍ବୀ ହେବା ପାଇଁ ଋଣ ଅର୍ଥ ଉପଯୋଗ କରିବା ପାଇଁ ପ୍ରଧାନ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଗରିବ, ମହିଳା, ଚାଷୀ ପ୍ରାଥମିକତାରେ ଅଛନ୍ତି। ଓଡ଼ିଶାରେ ପ୍ରତି ବର୍ଷ ୩୩ଲକ୍ଷ ଚାଷୀଙ୍କ ପରିବାରକୁ ପିଏମ୍ କିଷାନ ସମ୍ମାନ ନିଧିରେ ୬ ହଜାର ଟଙ୍କା ଲେଖାଏ ଦିଆଯାଉଛି। ଫସଲ ବୀମା ବାବଦରେ ୫ହଜାର କୋଟି ମିଳୁଛି। ଓଡ଼ିଶାରେ ୪୦୦ଟି ଏଫ୍ପିଓ କାମ କରୁଛନ୍ତି।

ଭାରତ ସରକାରଙ୍କ ନାବାର୍ଡ ପ୍ରତିବର୍ଷ ମାତ୍ର ୫ରୁ ୬% ସୁଧରେ ଓଡ଼ିଶା ସରକାରଙ୍କୁ ଗ୍ରାମାଞ୍ଚଳରେ ବିକାଶମୂଳକ କାମ ପାଇଁ ଋଣ ଦେଉଛି। ଗରିବ ଘରୁ ଆସୁଥିବା ଲୋକମାନଙ୍କ କମ୍ପାନୀ ତିଆରି କରିବାର ସ୍ବପ୍ନ ସାକାର ହେଉଛି। ୨କୋଟି ଲକ୍ଷପତି ଦିଦି ବନାଇବାର ଯୋଜନା ହୋଇଛି। ମୋଦିଜୀ ଆଜି ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଭୋକାଲ ଫର୍ ଲୋକାଲର ବ୍ରାଣ୍ଡ୍ ଆମ୍ବାସାଡର ହୋଇଛନ୍ତି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!