ପୂଜାରେ ଅଣାୟତ ହେଉଛି ଟ୍ରାଫିକ ସମସ୍ୟା

ପୂଜା ଦେଖିବାକୁ ଆସୁଥିବା ଲୋକ ଅମାନିଆ ହେଉଛନ୍ତି । କିଏ ରାସ୍ତା ଉପରେ ଗାଡ଼ି ରଖି ପଳାଉଛନ୍ତି ତ ପୁଣି କିଏ ମଣ୍ଡପ ସାମ୍ନାରେ ଗାଡ଼ି ରଖି ପୂଜା ଦେଖୁଛନ୍ତି । ଯାହାଫଳରେ ବଢ଼ୁଛି ଟ୍ରାଫିକ ସମସ୍ୟା । ପୋଲିସ ଯେତେ ବାରଣ କଲେ, ଯେତେ ବୁଝାଇଲେ ପୂଜା ମାହୋଲରେ ମସଗୁଲ ଲୋକେ ଶୁଣିବାକୁ ବି ନାରାଜ । ଗତକାଲି ସଂଧ୍ଯାରେ ଭୁବନେଶ୍ବରର ବରମୁଣ୍ଡା ଠାରୁ ପଳାଶୁଣୀ ଯାଏଁ ରାସ୍ତା ଜାମ୍ ଥିଲା । ଏନଏଚ ଉପରେ ଭିଡ ତ ତଳେ ବି ଭିଡ଼ । ସ୍ଥିତି ଏମିତି ଅସମ୍ଭାଳ ହୋଇଥିଲା ଗାଡ଼ି ଗୋଟେ ଜାଗାରେ ଘଣ୍ଟା ଘଣ୍ଟା ଅଟକି ରହିଥିଲା ।
ବିଶେଷ କରି ପୂଜାମଣ୍ଡପ ସଂଲଗ୍ନ ରାସ୍ତାରେ ଗାଡ଼ି ଗଡ଼ିବା ପାଇଁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ପୂଜା ଦେଖିବାକୁ ଆସି ମଣ୍ଡପ ସମ୍ମୁଖରେ ଲୋକମାନେ ଗାଡ଼ି ରଖି ଫଟୋ ଉଠାଇବା, ସେଲ୍ଫି ନେବା, ଭିଡିଓ ଆଦି କରିବା ଫଳରେ ଭିଡ଼ ଲାଗି ରହୁଛି ।

ରାସ୍ତା କଡ଼ ପାର୍କିଂ ହିଁ ଭିଡ଼ର ମୁଖ୍ୟକାରଣ ବୋଲି କୁହାଯାଉଛି । କାରଣ ମୁଖ୍ୟ ରାସ୍ତାକୁ ଲାଗି ମଣ୍ଡପଗୁଡ଼ିକ ଥିବାରୁ ଏହାର ସଂଲଗ୍ନ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପୁଲିସ ହାତରେ ପୂରାପୂରି ବାହାରିଯାଉଛି । ସର୍ଭିସ୍ ରୋଡ୍ ଗୁଡ଼ିକ‌ରେ ଭିଡ଼ ହେଉଥିବାରୁ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହେଉଛି । ସଂଞ୍ଜ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭିଡ଼ ଏମିତି ହେଉଛି ଲୋକେ ସେ ଭିଡକୁ ଦେଖି ଘରେ ରହିବାକୁ ପସନ୍ଦ କରୁଛନ୍ତି । ଆଉ ଯଦି କେହି ସେ ଭିଡରୁ ମୁକୁଳି ଆସୁଛି ଆଉ ସେ ଭିଡକୁ ଯିବାକୁ ଡରୁନି ।

 

ଅପରପକ୍ଷେ ଏପରି ସ୍ଥଳରେ ପୂଜାବେଳେ ଏ ଭିଡ଼ କେବଳ ଚଳିତ ବର୍ଷ ନୁହେଁ ବରଂ ପୂଜା ବେଳେ ଭିଡ଼ ବର୍ଷ ବର୍ଷ ଧରି ଲାଗି ରହୁଛି । ଦଶହରା ସମୟରେ ଭିଡ ରାଜଧାନୀରେ ନୂଆ କଥା ନୁହେଁ । ଗତବର୍ଷ ବି ଅସମ୍ଭାଳ ଭିଡରେ ଅଣନିଶ୍ବାସୀ ହୋଇଥିଲା ଭୁବନେଶ୍ବର । ପୂଜା ବେଳେ ଗତ ଥର ବି ଲୋକେ ରାସ୍ତାରେ ଭିଡ ପାଇଁ ଘଣ୍ଟା ଘଣ୍ଟା ଧରି ଜାମରେ ଫସିଥିଲେ ଆଉ ହନ୍ତସନ୍ତ ହୋଇଥିଲେ । ସେ ବରମୁଣ୍ଡାରୁ ନୟାପଲ୍ଲୀ ସାମ୍ନା କୁହନ୍ତୁ କି ରସୁଲଗଡରୁ ପଳାସୁଣୀ ରାସ୍ତା… ଅବା ଏପଟେ ବଲିଖାଲରୁ ନେଇ ଝାରପଡା – ସବୁଠି ପୂଜା ବୁଲିବା ମୁଡରେ ଥିବା ଲୋକଙ୍କ ପାଇଁ ରାସ୍ତା ଜାମ୍ ହୋଇଥିଲା । ପଟିଆ ରାସ୍ତା ତ ଏମିତିରେ ସବୁଦିନିଆ ଜାମର ସାମ୍ନା କରେ । ହେଲେ ଏହି ପୂଜା ସମୟରେ ପଟିଆ ରାସ୍ତାର ହାଲ୍ ବେହାଲ ହୁଏ । ପ୍ରତିଥର ପୂଜା ପୂର୍ବରୁ ଭିଡ଼ ନିୟନ୍ତ୍ରଣ ପାଇଁ ଦୈତ ନଗରୀରେ ପ୍ଲାନିଂ ହୁଏ, ହେଲେ ପୂଜା ବେଳେ ସବୁ ଯୋଜନା ଫସର ଫାଟେ । ଏତେ ଭିଡ଼ ହୁଏ ଯେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡେ ।

Post Views40 Total Count

Apply Now


This will close in 0 seconds

error: Content is protected !!