ବ୍ରହ୍ମପୁରରେ ଚାକିରି ରାକେଟର ପର୍ଦ୍ଦାଫାସ୍। ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ହୋଇଥିଲା ବଡ଼ ଡିଲ୍ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ପେଶାଲ୍ କୋଟିଂ ଦେବାକୁ କରୁଥିଲା ପ୍ରୟାସ । ସେମାନଙ୍କ ପିଛା କରି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ ।
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି ।
ତେବେ ଚାକିରି ଜାଲିଆତି ପଛରେ କିଏ ସେନେଇ ପୋଲିସ ଛାନଭିନ ଚଳାଇଛି । ପ୍ରଶ୍ନ ଉଠୁଛି- ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା କିଭଳି ପିଲାଙ୍କୁ ଦେଉଥିଲା ସ୍ପେଶାଲ୍ କୋଚିଂ ? ପୂର୍ବରୁ ବି ଏଭଳି ସ୍ପେଶାଲ କୋଚିଂ ଦେଇନି ତ ସଂପୃକ୍ତ ସଂସ୍ଥା ? କେବେଠାରୁ ଚାଲିଛି ଏଭଳି ଚାକିରି ଜାଲିଆତି ? ଏନେଇ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି ବ୍ରହ୍ମପୁର ପୋଲିସ । ତେବେ ଏନେଇ ପୋଲିସ କିମ୍ବା ସଂପୃକ୍ତ ସଂସ୍ଥା ତରଫରୁ ପ୍ରତିକ୍ରିୟା ମିଳିପାରିନଥିବା କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

