ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ଵାକ୍ଷର

ହାଇ ପରଫରମାନ୍ସ ସେଣ୍ଟର- ଏଚପିସି ପ୍ରତିଷ୍ଠା କରିବାକୁ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।ରାଜ୍ୟରେ ଖୋ ଖୋ ଖେଳ ପ୍ରତିଭା ବିକଶିତ କରିବା ପାଇଁ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ବୁଝାମଣାପତ୍ର।

ବୁଝାମଣାପତ୍ର ସ୍ବାକ୍ଷର ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବୁଝାମଣାପତ୍ର ସ୍ବାକ୍ଷରରେ କ୍ରୀଡା ବିଭାଗ ପକ୍ଷରୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରତିନିଧିତ୍ୱ କରିଥିବା ବେଳେ ଏଏମଏନଏସ ପକ୍ଷରୁ କେଇଜି କୁବୋତା ଓ ସୁପର୍ଣ୍ଣା ନନ୍ଦା ପ୍ରତିନିଧିତ୍ୱ କରିଥିଲେ ।ଖୋ ଖୋ ଭଳି ଦେଶୀୟ କ୍ରୀଡାର ପ୍ରସାର ପାଇଁ ରାଜ୍ୟ ସରକାର ଚାହାନ୍ତି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ବୁଝାମଣା ଅନୁସାରେ ହାଇ ପରଫରମାନ୍ସ ସେଣ୍ଟର ପାଇଁ ଓଡ଼ିଶା ସରକାର ଭିତ୍ତିଭୂମିର ବ୍ୟବସ୍ଥା କରିବେ । ଆଉ ଏଏମଏନଏସ ଅଭିଜ୍ଞ ଓ ଦକ୍ଷ କୋଚଙ୍କୁ ନିୟୋଜିତ କରିବ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ – ଏଏମଏନଏସ ସହ ଭାଗିଦାରୀରେ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ଏକ ନୂଆ ଉଦାହରଣ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!