ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ ଭକ୍ତ। ସାଆନ୍ତଙ୍କ ଆଗରେ ନୃତ୍ୟ ପରିବେଷଣ କରିବାକୁ ଟାଣି ହୋଇ ଆସିଛନ୍ତି ନୃତ୍ୟଶିଳ୍ପୀ। କିଏ ଘଣ୍ଟ ଘଣ୍ଟାର ତାଳେ ତାଳେ ନାଚୁଛି ତ କିଏ ବଡ଼ଦାଣ୍ଡରେ ବିଭିନ୍ନ ପ୍ରକାର ବେଶ ହୋଇ ନୃତ୍ୟ ପରିବେଷଣ କରୁଛି ।ମହାପ୍ରଭୁଙ୍କ ରଥଯାତ୍ରାରେ ନାଚିବାର ମିଳିଛି ଦୁର୍ଲଭ ସୁଯୋଗ। ଆଉ ସେଥିପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି। ନୃତ୍ୟ ଛନ୍ଦରେ ମହାପ୍ରଭୁଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି ନୃତ୍ୟଶିଳ୍ପୀ । କିଏ ଓଡ଼ିଶୀ, ଗୋଟିପୁଅ ନୃତ୍ୟ କରିଛି ତ କିଏ ପ୍ରଦର୍ଶନ କରିଛି କୃଷ୍ଣ ଲୀଳା।

