ଆସିଲା ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ

ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ‘ସୁଭ୍ରଦା’ ଯୋଜନା ଆରମ୍ଭ କରିଛନ୍ତି। ଏହା ଏକ ବ୍ୟାପକ ପଦକ୍ଷେପ ଯାହା ମହିଳାମାନଙ୍କୁ ସେମାନଙ୍କୁ ଜୀବନର ଏକାଧିକ ଦିଗରୁ ଉନ୍ନତ କରିବାର ଲକ୍ଷ୍ୟ ରଖିଛି ଏବଂ ସେମାନଙ୍କ ଜୀବନର ଏକାଧିକ ଦିଗରୁ ଉନ୍ନତ କରିବାର ଲକ୍ଷ୍ୟ ରଖାଯାଇଛି । ଏହା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜଭୁତ କରିବା ସହ ସଫଳତା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା।

ତେବେ ଏହି ଯୋଜନା ପାଇଁ ପୂର୍ବରୁ ସରକାର ଏହି ଯୋଜନାରେ କେତେ ଟଙ୍କା ଏବଂ କେଉଁ ସମୟରେ ମିଳିବା ନେଇ ଘୋଷଣା କରିଛନ୍ତି। ଆଉ ଏବେ ଏହି ଯୋଜନାରେ କେଉଁମାନେ ଆବେଦନ କରିପାରିବେ ତଥା କିଏ ପାଇବାକୁ ଯୋଗ୍ୟ ସେନେଇ ଗାଇଡଲାଇନ ଜାରି କରିଛନ୍ତି।

ସୋମବାର ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ସୁଭ୍ରଦା ଯୋଜନା ପାଇଁ ଯୋଜନା କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି, ଉନ୍ନୟନ କମିଶନର ଉପାଧ୍ୟକ୍ଷ ରହିଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ ହେବ। ବ୍ଲକ ସ୍ତରରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଗଠନ କରାଯିବ। ସେହିଭଳି ସହରାଞ୍ଚଳ ନଗର/ନିଗମ ସ୍ତରରେ ସହରାଞ୍ଚଳ ସ୍ତରୀୟ ଯାଞ୍ଚ କମିଟି ହେବ। ଯୋଜନାର ସାମଗ୍ରିକ ତଦାରଖ, କାର୍ଯ୍ୟକାରିତା ପାଇଁ ଦାୟୀ ରହିବ କମିଟି। କମିଟିରେ ୧୨ ସଦସ୍ୟ ଏବଂ ଜଣେ ଉପସଦସ୍ୟ ରହିବେ। ତେବେ ଆସନ୍ତୁ ଜାଣିବା ଯୋଜନା ପାଇଁ କ’ଣ ରହିଛି ଯୋଗ୍ୟତା ? କେଉଁମାନେ ଯୋଜନାରେ କରିପାରିବେ ଆବେଦନ ? ଆଉ କେଉଁମାନଙ୍କୁ ମିଳିବନି ଯୋଜନାର ଲାଭ?

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟତା ?

୧- ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ

୨- ଆବେଦନକାରୀଙ୍କ ବୟସ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍

୩- ଜୁଲାଇ ୨୦୨୪ ସୁଦ୍ଧା ବୟସ ୨୧ ହେବା ଆବଶ୍ୟକ
ଆଧାର କାର୍ଡ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଶେଷ ତାରିଖ ନିଆଯିବ

ଯୋଜନା ପାଇଁ କେଉଁମାନେ ଅଯୋଗ୍ୟ ?

୧- ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇଥିଲେ ଅଯୋଗ୍ୟ

୨- ୬୦ ବର୍ଷରୁ ଅଧିକ କୌଣସି ମହିଳା ୨୦୨୪-୨୫ ପାଇଁ ଯୋଗ୍ୟ ହେବେନି
୩- ସରକାରଙ୍କ ଯୋଜନାରୁ ମାସକୁ ୧୫୦୦ ବା ଅଧିକ ପାଉଥିଲେ ଅଯୋଗ୍ୟ
୪- ବାର୍ଷିକ ୧୮ ହଜାର କିମ୍ବା ଅଧିକ ପାଉଥିଲେ ଅଯୋଗ୍ୟ

୫- ସରକାରୀ ଯୋଜନାର ଲାଭ ନେଉଥିଲେ ଅଯୋଗ୍ୟ

୬-ଆୟକର ପଇଠକାରୀ ହିତାଧିକାରୀ ଅଯୋଗ୍ୟ

୭- ପାଞ୍ଚ ଏକରରୁ ଅଧିକ ଜଳସେଚିତ ଜମି ଥିଲେ ଅଯୋଗ୍ୟ
୭- ଅଣଜଳସେଚିତ ଜମି ୧୦ ଏକରରୁ ଅଧିକ ଥିଲେ ଅଯୋଗ୍ୟ
୮ – ଚାରି ଚକିଆ ଗାଡ଼ି ଥିଲେ ଅଯୋଗ୍ୟ
୯ – ଚାରି ଚକିଆ ଯାନରେ ଟ୍ରାକ୍ଟର, ମିନି ଟ୍ରକ୍
୧୦- ପେନସନ, ଛାତ୍ରବୃତ୍ତି ସହାୟତା ଗ୍ରହଣ କରୁଥିଲେ ଅଯୋଗ୍ୟ

କେମିତି କରିବେ ଆବେଦନ ?

ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ। ଆବେଦନଗୁଡ଼ିକ ଏକ ମୁଦ୍ରିତ ଫର୍ମ ପୂରଣକରି ଅଫଲାଇନ୍‌ କିମ୍ବା ଅନଲାଇନରେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ କରାଯାଇପାରିବ। ଅଫ୍‌ଲାଇନ ଫର୍ମ ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ୍, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ହେବ। ଆବେଦନକାରୀ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବାକ ପଡ଼ିବ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!