୨୦୨୪ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଓଡ଼ିଆ ଝିଅ

ଓଡ଼ିଆ ଝିଅଙ୍କ କମାଲ୍‌ । ଫେମିନା ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡ଼ିଆ ଝିଅ ଅନନ୍ୟା ପଣ୍ଡା । ଏକମାତ୍ର ଓଡ଼ିଆ ଝିଅ ଭାବେ ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଅନନ୍ୟା । ଅଗଷ୍ଟ ୮ ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍‌ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍‌ ୫ରେ ସ୍ଥାନ ପାଇଥିଲେ ଅନନ୍ୟା ।

ଅନନ୍ୟା ପଣ୍ଡାଙ୍କ ଘର ଓଡ଼ିଶାର କଟକ ଜିଲ୍ଲାରେ । ତାଙ୍କ ବାପା ସିଦ୍ଧାର୍ଥ ପଣ୍ଡା ଜଣେ ଅବସର ପ୍ରାପ୍ତ ନୌସେନା କମାଣ୍ଡର ଏବଂ ମାଙ୍କ ନା ଅଞ୍ଜୁ ପଣ୍ଡା । ପିଲାବେଳୁ ମଡେଲିଂ ପାଇଁ ଅନନ୍ୟାଙ୍କ ଦୁର୍ବଳତା ରହିଥିଲା । ହଲେ ପାଠ ପଢା ଏସବୁ କରିବା ପାଇଁ ସମୟ ଦେଉନଥିଲା । ପାଠ ପଢା ସରିବା ପରେ ଏବେ ବାଙ୍ଗାଲୋରରେ ଏକ ସଫ୍ଟଓ୍ୱେୟାର୍‌ କମ୍ପାନୀରେ ଚାକିରି କରୁଛନ୍ତି। ଚାକିରି ହେବା ପରେ ମେଡଲିଂ ଦୁନିଆରେ ପାଦ ରଖିବାକୁ ଇଛା ବଳାଇଥିଲେ। ମାଙ୍କ ପ୍ରେରଣା ନେଇ ମେଡଲିଂ ଦୁନିଆରେ ପାଦ ରଖିଥିଲେ । ଏପିରିକି ଚାକିରି କରିବା ସମୟରେ କିଛି ମଡେଲିଂ କୋର୍ସ ମଧ୍ୟ କରିଥିଲେ ଅନନ୍ୟା। ଛୋଟ ବେଳରୁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଇଡଲ ଭାବେ ମାନନ୍ତି ଅନନ୍ୟା ।

ଶେଷରେ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଅନନ୍ୟାଙ୍କୁ ମିସ୍‌ ଓଡିଶା ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରିଥିଲା। ଆଜିକା ସମୟରେ ସେ ଫେମିନା ମିସ୍‌ ଓଡିଶାର କ୍ରାଉନ୍‌ ମଧ୍ୟ ପିନ୍ଧିସାରିଛନ୍ତି । ମିସ୍‌ ଓଡିଶା ହେବା ପରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅନନ୍ୟା। ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ପାଇଁ ନିଜର ୨ୟ ପ୍ରୟାସରେ ବାଜି ମାରିନେଇଛନ୍ତି ଅନନ୍ୟା । ଫେମିନା ମିସ୍‌ ଇଣ୍ଡିଆ ୨୦୨୪ର ଶ୍ରେଷ୍ଠ ୧୫ ଜଣିଆ ତାଲିକାରେ ବାହାରିଛି ଅନନ୍ୟାଙ୍କ ନାଁ । ଆସନ୍ତା ଅକ୍ଟୋବର ମାସରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ୍‌ ଅନୁଷ୍ଠିତ ହେବ ।

ଫେମିନା ମିସ୍‌ ଫାଇନାଲିଷ୍ଟ ହେବା ପରେ ଅନନ୍ୟା କହିଛନ୍ତି ଯେ, ବାପା ଏବଂ ମାଙ୍କ ଆର୍ଶୀବାଦରୁ ମୁଁ ଏତେ ବାଟ ଆଗକୁ ଆସିପାରିଛି । ଏ ଇଣ୍ଡଷ୍ଟ୍ରି ପାଇଁ ମୁଁ ନୂଆ । ମୋ ଦକ୍ଷତା ଆନୁସାରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଆଉ ଆଗକୁ ମଧ୍ୟ କରୁଥିବି । ତେଣୁ ମୋର ବିଶ୍ୱାସ ଅଛି .. ମୁଁ ହିଁ ହେବି ମିସ୍‌ ଇଣ୍ଡିଆ ୨୦୨୪ ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!