ଓଡ଼ିଶା ଶିଳ୍ପ ଜଗତର ବାଦଶାହା, ଜନହିତକାରୀ ଶିଳ୍ପପତି; ମହିମା ମିଶ୍ର

ଛାତ୍ର ରାଜନୀତିରୁ ସମୃଦ୍ଧ ଶିଳ୍ପପତି ହେବାର ଜୟଯାତ୍ରା। ବ୍ୟବସାୟ କ୍ଷେତ୍ରର ବାଦଶାହା, ଦରଦୀ ମଣିଷର ହୃଦୟର ସମ୍ରାଟ, ଓଡ଼ିଶାର ସଫଳ, ସାର୍ଥକ ସୁପରିଚିତ ବିତ୍ତଶାଳୀ ବ୍ୟବସାୟୀ ଭାବରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମହିମାନନ୍ଦ ମିଶ୍ର ବା ମହିମା ମିଶ୍ର। ଅନେକ ଘାତ ପ୍ରତିଘାତ, ଉତ୍ଥାନ ପତନକୁ ପ୍ରତିହତ କରି ନିଜ ଶକ୍ତି ଯୋଗ୍ୟତାକୁ ଆଧାର କରି ସମସ୍ତଙ୍କ ପାଇଁ ଆଦରଣୀୟ ଅସାଧାରଣ, ଅନନ୍ୟ ବ୍ୟକ୍ତିତ୍ୱର ଉଦାହରଣ ସାଜିଛନ୍ତି ଲକ୍ଷ୍ୟସାଧନ ପାଇଁ ପରିଶ୍ରମ ହିଁ ଏକମାତ୍ର ଧର୍ମ କର୍ମ ଧରି ନେଇ ଜଣେ ସଫଳ ଶୀର୍ଷକୁ ଛୁଇଁପାରେ ବୋଲି ସେ ପ୍ରମାଣିତ କରିଛନ୍ତି ତାଙ୍କ ଜୀବନୀ, କୃତିତ୍ୱ ବ୍ୟକ୍ତିତ୍ୱ ସବୁଠାରୁ ସ୍ୱତନ୍ତ୍ର।

୧୯୫୩ ମସିହାରେ ଜନ୍ମ ଗ୍ରହଣ କରିଥିବା ମହିମାନନ୍ଦଙ୍କ ପିତା ଓଡ଼ିଆ ବଙ୍ଗାଳି ସାହିତ୍ୟର ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। କଟକ ଖ୍ରୀଷ୍ଟ କଲେଜରେ ପାଠ ପଢ଼ିଥିବା ମହିମାନନ୍ଦ ପରେ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି। ଏହାରି ଭିତରେ ଛାତ୍ର ରାଜନୀତିରେ ସେତେବେଳର ଏହି ଯୁବ ତେଜସ୍ୱୀ ଚେହେରା ପାଦ ଦେଇଥିଲେ। ପରେ ୭୦ ଦଶକରେ ତାଙ୍କ ଜୀବନର ମୋଡ ବଦଳିଥିଲା।

ଷ୍ଟିଭେଡରିଂ ଭଳି ଏକ ଭିନ୍ନ ବ୍ୟବସାୟରେ ପାଦ ଦେଇ ଖ୍ୟାତି ଲାଭ କଲେ ସେ। ଦେଖୁ ଦେଖୁ ସଫଳତାର ସିଡ଼ି ଚଢ଼ି ଚାଲିଲେ ବନ୍ଦର, ଜାହାଜ ତାରି ଭିତରେ ମାଲ ପରିବହନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେ। ୧୯୭୮ ମସିହାରେ ମହିମାନନ୍ଦ ମିଶ୍ର ନିଜର ଷ୍ଟିଭେଡରିଂ କମ୍ପାନୀଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ବା ଓଏସ୍‌ଏଲ୍ ପ୍ରତିଷ୍ଠା କଲେ।  ଆଜି ଓଏସ୍‌ଏଲ୍ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତରେ ଷ୍ଟିଭେଡରିଂର ଏକ ଅପ୍ରତିଦ୍ୱନ୍ଦି ପ୍ରତିଷ୍ଠାନ ଆଉ ମହିମାନନ୍ଦ ମିଶ୍ର କୋଟି କୋଟି ଟଙ୍କା ସାମ୍ବ୍ରାଜ୍ୟର ଅଟଳ ଚେହେରା ୧୯୭୮ ମସିହାରେ ମାତ୍ର ୧୫ଜଣ ସାଥୀଙ୍କୁ ନେଇ ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଏଥିରେ ୧୦୦୦୦ ଲୋକ କର୍ମନିଯୁକ୍ତି ପାଇପାରିଛନ୍ତି।

ହେଲେ କେବଳ ନିଜସ୍ୱ ରୋଜଗାର ତାଙ୍କୁ ମହାନାୟକ କରିନାହିଁ ସେ ପ୍ରତିଷ୍ଠିତ, ଧନୀ, ପ୍ରତିପତ୍ତିଶାଳୀ ହୋଇଥିଲେ ବି ଅସହାୟ ଗରିବ ଲୋକଙ୍କ ପାଇଁ ସେ ହୃଦୟର ସମ୍ରାଟ ଅଟନ୍ତି। ପାଖ ପଡୋଶୀ, କମ୍ପାନୀର ତଳିଆ କର୍ମଚାରୀ, କଟକ ସହରରେ ମୂଲ ଲାଗୁଥିବା ମଣିଷ, ରିକ୍ସାଚାଳକ, ଟ୍ୱିନସିଟି ସମେତ ସାରା ରାଜ୍ୟର ଗରିବ ଅସହାୟ ମାନଙ୍କ ପାଇଁ ସେ ହେଲେ ଜଣେ ଦରଦି ମଣିଷ ଆଜି ବି ସକାଳ ପାଇଲେ ସାରା ରାଜ୍ୟରୁ ମହିମାଙ୍କ ଦ୍ୱାରରେ ପହଞ୍ଚନ୍ତି ଅନେକ ଅପରିଚିତ ଅସହାୟ କିଏ ଝିଅ ବାହାଘର ପାଇଁ କିଏ ପାଠପଢ଼ା ପାଇଁ। କିଏ ପୁଣି ରୋଜଗାର ଆଶାରେ ଥାଏ କିଏ ଚିକିତ୍ସା ଖର୍ଚ୍ଚ ପାଇଁ ନୟାନ୍ତ ହେଉଥାଏ ହେଲେ କେହି ବି ମହିମାଙ୍କ ଠାରୁ ନିରାଶ ହୋଇ ଫେରନ୍ତି ନାହିଁ ଏଭଳି ଲକ୍ଷ ଲକ୍ଷ ଲୋକଙ୍କୁ ଅକୁଣ୍ଠ ସହଯୋଗ କରନ୍ତି ଏହି ବିଜନେସ୍ ଟାଇକୁନ୍ ଆର୍ଥିକ, ମାନସିକ, ସାମାଜିକ ସବୁ ସ୍ତରରେ କରନ୍ତି ସହଯୋଗ ହେଲେ କେବେ ବି ଏସବୁ କୁ ନେଇ ବାହାଃ ବାହାଃ ନିଅନ୍ତି ନାହିଁ ଖାଲି ସେତିକି ନୁହେଁ ୧୯୯୨ର ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ କଟକ ସହରରେ ଦଙ୍ଗା ରୋକିବାରେ ତାଙ୍କର ସବୁଠୁ ବଡ ଭୂମିକା ଥିଲା ବୋଲି କୁହାଯାଏ।

କୋଭିଡ ୧୯ ସମୟରେ ବି ସେ ମାନବିକତାର ମହାନାୟକ ପାଲଟିଥିଲେ ନିଜ କର୍ମଚାରୀଙ୍କୁ ପିପିଇକିଟ୍ ଯୋଗାଇବା ସହ ଚିକିତ୍ସାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିଥିଲେ କେବଳ ନିଜ ପ୍ରତିଷ୍ଠାନର କର୍ମଚାରୀ ନୁହେଁ ଓଡ଼ିଶାର ଗରିବ ଲୋକଙ୍କୁ ମାସ୍କ ଯୋଗାଇବା ହେଉ କିମ୍ବା ତାଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା, ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲା ଓଏସ୍‌ଏଲ୍ ଗ୍ରୁପ।

ଏତେ ସଫଳତା ପରେ ବି ବେଶ ସରଳ ମହିମା ଅତି ମିଶାଣିଆ ନିଷ୍ଠାପର ମଣିଷ ଆଉ ଏହି ସଚ୍ଚୋଟ ଭାବ ତାଙ୍କୁ ବ୍ୟବସାୟିକ ସଫଳତା ବି ଆଣି ଦେଇଛି ପାରାଦୀପ ବନ୍ଦରର ପରିଚାଳନା ମହିମାଙ୍କ ବିନା ଅଧୁରା କହିଲେ ଚଳେ। ଗୋପାଳପୁର ବନ୍ଦରର ଉନ୍ନତିରେ ବି ରହିଛି ତାଙ୍କର ବଡ଼ ଭୂମିକା ସେ ଗୋପାଳପୁର ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟରତ ଗୋପାଳପୁର ବନ୍ଦରର ନିର୍ମାଣରେ ମହିମାନନ୍ଦ ମିଶ୍ରଙ୍କ ଅବଦାନକୁ ସ୍ୱୀକୃତି ଜଣାଇ, ତାଙ୍କୁ ୨୦୧୧ ମସିହାର ବିଜିନେସ ଲିଡ଼ରସିପ ସମ୍ମାନ ପ୍ରଦାନ କରାଯାଇଛି ସେହିପରି ୨୦୨୩ ମସିହାରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ଓଏସ୍‌ଏଲର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର (ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ୨୦୨୩)ପ୍ରଦାନ କରାଯାଇଛି।

Post Views93 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!