ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ

ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ। ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ।
ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଘଟଣା ପରେ ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ଏବେର ମୟୁରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ସୁଶ୍ରୀ ସିଂ ସେଠାକାର ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି ବୋଲି ମଧ୍ୟ ଏହି ନିର୍ଦେଶରେ ଉଲ୍ଲେଖ ରହିଛି। ଏହା ସହିତ ସୁଶ୍ରୀ ସିଂଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରୋସିଡିଂ ମଧ୍ୟ ଆରମ୍ଭ କରାଯାଇଛି।

Post Views30 Total Count

Apply Now


This will close in 0 seconds

error: Content is protected !!