‘ଦେବଦାସୀ’ର ପୋଷ୍ଟର ଉନ୍ମୋଚନ

ଏସ୍ ଆର୍ ଏଣ୍ଟରପ୍ରାଇଜର୍ସ ଓ ସିକ୍‌ସ୍ଥ ଏଲିମେଣ୍ଟସ୍‌‌ ଏଲ ଏଲ ସିର ମିଳିତ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଦେବଦାସୀ ‘। ଏହାର ଶୀର୍ଷକ ଘୋଷଣା ସହ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ହୋଟେଲ ଲାଇଫ ଠାରେ ଏକ ପ୍ରେସ ମିଟର ଆୟୋଜନ କରାଯାଇ ଥିଲା। ଏଥିରେ ଉଭୟ ପ୍ରଯୋଜନା ସଂସ୍ଥା ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହେବା ସହ ପ୍ରତ୍ୟର୍ପଣ କରାଯାଇ ଥିଲା।

ଦେବଦାସୀ ପରମ୍ପରାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଶ୍ୱିନ ତ୍ରିପାଠୀ। ସେ ମଧ୍ୟ ଏହାର କାହାଣୀକାର ଅଛନ୍ତି। ଚଳିତ ବର୍ଷ ତାଙ୍କ ନିର୍ଦ୍ଦେଶନାରେ ଦୁଇଟି ଛବି ‘ଡେଲିଭରି ବୟ’ ଓ ‘ସୀତା’ ମୁକ୍ତିଲାଭ କରିଛି ଏବଂ ସେ ମଧ୍ୟରୁ ‘ଡେଲିଭରି ବୟ’କୁ ସରକାର ଟାକ୍ସ ଫ୍ରୀ ଘୋଷଣା କରିଛନ୍ତି ।

ପ୍ରଯୋଜନାରେ ଅଛନ୍ତି ତିନି ଜଣ।ରାଜେଶ ମହାନ୍ତି, ସୁସ୍ମିତା ଜେନା ଓ କୃପାଲ ସିଂ। ସଂଳାପ ରଚନା କରିଛନ୍ତି ଅଭିଜ୍ଞ ବିଜୟ ମଲ୍ଲ । ‘ସରକାର ଥ୍ରୀ’ ଓ ‘ପରଦେଶ’ ଫେମ ନିରଜ ପାଠକ ଏଥିରେ ସ୍କ୍ରିପ୍ଟ ଡକ୍ଟର ଭାବରେ ଦାୟିତ୍ୱ ତୁଲାଇବେ। ଏସ୍ ଆର୍ ଏଣ୍ଟରପ୍ରାଇଜର୍ସ ପକ୍ଷରୁ ଅନେକ ଗୁଡିଏ ହିନ୍ଦୀ ମ୍ୟୁଜିକ ଭିଡିଓ, ୱେବ ସିରିଜ ଓ ଚଳଚ୍ଚିତ୍ର ନିର୍ମିତ ହୋଇଛି.। ସେ ମଧ୍ୟରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସ୍ୱୀକୃତି ଓ ପୁରସ୍କାର ଲାଭ କରିଥିଲା ‘ଅନ୍ତର୍ଧ୍ୱନି’। ଏପରିକି କାନ୍ସରେ ପ୍ରଦର୍ଶନର ସୁଯୋଗ ମିଳିଥିଲା। କେବଳ ସେତିକି ନୁହେଁ, ଏକାକାଳୀନ ଆଠ ଗୋଟି ମରାଠୀ ଫିଲ୍ମର ଘୋଷଣା କରି ଏସ୍ ଆର୍ ଏଣ୍ଟରପ୍ରାଇଜର୍ସ ଚର୍ଚାରେ ରହିଥିଲା।ଏସ୍ ଆର୍ ଏଣ୍ଟରପ୍ରାଇଜର୍ସର ଏହା ହେଉଛି ପ୍ରଥମ ଓଡ଼ିଆ ଛବି । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଏହାକୁ ନିର୍ମାଣ କରାଯିବ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଏସ୍ ଆର୍ ଏଣ୍ଟରପ୍ରାଇଜର୍ସର ନିର୍ଦ୍ଦେଶିକା ତଥା ମଡେଲ ଓ ଅଭିନେତ୍ରୀ ସ୍ୱପ୍ନା ପତି। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶୁଭମ।
ସମ୍ପୂର୍ଣ ଚଳଚ୍ଚିତ୍ରଟି ଓଡ଼ିଶାରେ ହିଁ ଶୁଟିଂ ହେବ । ଓଡ଼ିଶାର ବିଭିନ୍ନ ମନୋରମପୂର୍ଣ୍ଣ ଦର୍ଶନୀୟ ସ୍ଥାନକୁ ଏଥିରେ ନୂଆ ରୂପରେ ପ୍ରଦର୍ଶିତ କରାଯିବ। ଖୁବ ଶୀଘ୍ର ‘ଦେବଦାସୀ’ ଫ୍ଲୋରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ରହିଛି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!