ଆସିବ ବର୍ଷର ପ୍ରଥମ ବନ୍ୟାଜଳ, ଖୋଲିଲା ହୀରାକୁଦ୍ ଗେଟ୍

ଖୋଲିଲା ହୀରାକୁଦ୍ ଗେଟ୍ । ଆସିବ ବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ ।

ବନ୍ୟାଜଳ ନିୟନ୍ତ୍ରଣରେ ସହଯୋଗ କରୁନି ଛତିଶଗଡ । ଜୁନ ୨୩ରେ ହୋଇଥିବା ବୈଠକରେ ଛତିଶଗଡ଼ ଆସିନଥିଲା । N.C.D.S ମିଟିଂରେ ବି ସହଯୋଗ କରିନି ଛତିଶଗଡ ବୋଲି କହିଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।ପୂଜାର୍ଚ୍ଚନା ପରେ ୫ଟି ଗେଟ୍ ଖୋଲାଯାଇଛି ।

ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିଛି । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!