୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା

୨ୟ ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩ ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି ଉକ୍ତ ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ସହଯୋଗରେ ଉକ୍ତ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ପୂର୍ବ ଭାରତର ସର୍ବବୃହତ୍‌ ଓ ଓଡ଼ିଶାର ସର୍ବପ୍ରଥମ ପ୍ୟାକେଜିଂ, ପ୍ରିଣ୍ଟିଂ, ଖାଦ୍ୟ ପ୍ରକ୍ରିୟାକରଣ, କନ୍‌ଭର୍ଟିଂ ଓ ପ୍ଲାଷ୍ଟିକ୍‌ ଟେକ୍ନୋଲୋଜି ପ୍ରଦର୍ଶନୀ ହେବ ବୋଲି ଓସ୍‌ମେ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଓସ୍‌ମେ ପକ୍ଷରୁ ଶନିବାର ଭୁବନେଶ୍ୱରର ହୋଟେଲ ଶୀତଲରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଉକ୍ତ ସମ୍ମିଳନୀରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସ୍ବାତ୍ତିକ ସ୍ବାଇଁ, ଅତିରିକ୍ତ ମହାସଚିବ ଅଭିଳାଷ ଦାଶ, ଅର୍ଥ ସଚିବ ଆଦିକନ୍ଦ ରାଉତ, ଓସ୍‌ମେ ଖୋର୍ଦ୍ଧା ଜିଲା ସଭାପତି ସାଲିନ୍‌ ଅଗ୍ରୱାଲ୍‌ ତଥା ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟ ସମେତ ଫ୍ୟୁଚରଏକ୍ସର ସ୍ବାମୀ ପ୍ରେମ୍‌, ପରିଚାଳନା ନିର୍ଦ୍ଦେଶକ, ନମିତ୍‌ ଗୁପ୍ତା, ନିର୍ଦ୍ଦେଶକ ଓ ମୁବାସିର ଇଲାହି, ପ୍ରକଳ୍ପ ମୁଖ୍ୟ ଉପସ୍ଥିତ ଥିଲେ।

ସେହିଭଳି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଓ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ତଥା ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। ଉକ୍ତ ପ୍ରଦର୍ଶନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନେ ଯୋଗଦେବେ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ୍‌ ରହୁଛି ବିଶେଷକରି ଫୁଡ୍‌, ଡ୍ରିଙ୍କ୍‌, ଫାର୍ମା, କସ୍‌ମେଟିକ୍ସ, ପ୍ୟାକେଜିଂ, ପ୍ରିଣ୍ଟିଂ, ପ୍ଲାଷ୍ଟିକ୍‌ ସାମଗ୍ରୀ, ବ୍ୟକ୍ତିଗତ ଓ ପାରିବାରିକ ସାମଗ୍ରୀର ପ୍ରୋସେସିଂ ତଥା ପାରିବାରିକ ଏବଂ ଅଂଶୀଦାରମାନଙ୍କର ସମାଗମ ହେବ। ଉକ୍ତ ପ୍ରଦର୍ଶନୀରେ ୨୫୦ ରୁ ଅଧିକ ଷ୍ଟଲ୍‌ ରହିବ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ଶିଳ୍ପଭିଭିକ ତଥା ଗୃହୋପକରଣ ସାମଗ୍ରୀ ପ୍ରଦର୍ଶିତ ହେବ ଏବଂ ଦୈନିକ ୨୫୦୦ରୁ ଊର୍ଦ୍ଧ୍ୱ ଦର୍ଶକ ସମାଗମ ହେବାର ଅନୁମାନ କରାଯାଉଛି। ସେହିପରି ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ଏମ୍‌ଏସ୍‌ଏମ୍‌ଇ ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏହି ବି ଟୁ ବି ପ୍ରଦର୍ଶନୀ ଶିଳ୍ପାନୁଷ୍ଠାନଗୁଡିକ ଲାଗି ବାଣିଜି୍ୟକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଓସ୍‌ମେ ପକ୍ଷରୁ ସୂଚନା ଦିଆଯାଇଛି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!