ବାହାହୋଇ ଫସିଗଲେ ପ୍ରଦୀପ ମାଝୀ

ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି। ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି ହୋଇଛି। ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ତେବେ ଏଯାବତ୍ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ନିଜ ଜାତି ଛାଡି ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ୧୨ ବର୍ଷ ପାଇଁ ସମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ଏମ୍ପି ତଥା ବିଜେଡି ନେତା ପ୍ରଦୀପ ମାଝୀ । ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟିର ଏକ ବୈଠକ ଧାମନାଗୁଡାଠାରେ ଅନୁଷ୍ଠିତ ହୋଇଥିଲା,ଏହି ବୈଠକରେ ପୂର୍ବତନ ଏମ୍ପି ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲା ।

ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ସମାଜର କେହି ଯୋଗ ଦେବେ ନାହିଁ ବୋଲି ନିଷ୍ପତି ନିଆଯାଛି।

Post Views29 Total Count

Apply Now


This will close in 0 seconds

error: Content is protected !!