ବାତ୍ୟା କ୍ଷୟକ୍ଷତି କମାଇବାକୁ ଆକ୍ସନ ମୋଡ୍ରେ ସରକାରୀ କଳବଳ । ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।
ଆସନ୍ତାକାଲି ସୁଦ୍ଧା ସମସ୍ତ ଡଙ୍ଗାକୁ କୂଳକୁ ଆଣିବାକୁ କହିଛନ୍ତି ଡଙ୍ଗାମାଲିକ। ଫିସରୀ ଅଫିସର ଓ ମେରାଇନ୍ ଅଫିସରଙ୍କୁ ବି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। କେବଳ ଡଙ୍ଗା ନୁହେଁ, ପବନରେ ଉଡ଼ିଯିବା କିମ୍ବା ଜୁଆରରେ ଭାସିଯିବା ଆଶଙ୍କା ଥିବା ମାଛ କ୍ରେଟ୍, ଜାଲ, ଥର୍ମୋକଲ୍ ଆଇସ୍ ବକ୍ସ ଗୁଡ଼ିକ ମଧ୍ୟ ଭଲ ଭାବେ ବାନ୍ଧି ସୁରକ୍ଷିତ ରଖୁଛନ୍ତି ମତ୍ସ୍ୟଜୀବୀ ।

