ପ୍ରୋଟୋକଲ ଅଫିସରଙ୍କୁ ବଦଳି

ଶ୍ରୀମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ କରିବାକୁ ବାରଣ ଥିବା ବେଳେ ଜଣେ ମୁସଲିମ ଜୋର ଜବରଦସ୍ତି ପ୍ରବେଶ କରିବା ଠିକ୍ ନୁହେଁ। ହେଲେ ବାରଣ କରିବାକୁ ଅଫିସରଙ୍କୁ ବଦଳି କରାଯାଇଥିବା ଦୁଃଖଦାୟକ
ମୁସଲିମ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଘଟଣାକୁ ନେଇ ଆଇଆର୍ଏସ୍ ରେସମା ଲେଖାନୀ ତାଙ୍କ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଦେଇଛନ୍ତି।

ତେବେ ଅଫିସରଙ୍କୁ ବିନା ନୋଟିସରେ ବଦଳି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଇଆର୍ଏସ୍ ରେସମା ଲେଖାନୀ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

ହେଲେ ସେ ଜଣେ ମୁସଲିମ ହୋଇଥିବାରୁ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ପୁରୀ ପୋଲିସ ଏବଂ ତାଙ୍କ ପ୍ରୋଟୋକଲ ଅଫିସର ରୋଶନ ଯାଦବ ତାଙ୍କୁ ଅଟକାଇଥିଲେ। ଏହାପରେ ରେସମାଙ୍କ ରୋଷର ଶିକାର ହୋଇଛନ୍ତି ପ୍ରୋଟୋକଲ ଅଫିସର। ତାଙ୍କୁ ବିନା ନୋଟିସରେ ବଦଳି କରାଯାଇଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!