ଏପ୍ରିଲରୁ ଜୁନ୍ ୧୫ ଯାଏ ଖରାରେ ଖଟିବେନି ଶ୍ରମିକ

ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ଯନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ କାମ କରିବେ ନାହିଁ ଶ୍ରମିକ। ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ।

ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି ।

ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ଯନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ। ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!