ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ବଦଳି ହୋଇଥିବା ଜୟନ୍ତୀ ବେହେରାଙ୍କ ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ଘର, କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି। ସୂଚନାନୁଯାୟୀ ଜୟନ୍ତୀ ବେହେରାଙ୍କ ବାଲେଶ୍ୱର ସହଦେବଖୁଣ୍ଟା ଫିରିଙ୍ଗିପାଟଣା ରେ ଥିବା ୩ମହଲା କୋଠା, ବାଲେଶ୍ୱର ଗଣେଶ୍ୱରପୁର ସିଡ୍ହେଶ୍ୱର କଲୋନୀ ରେ ଥିବା ୩ମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁର ଥରେ ନିର୍ମାଣାଧୀନ ୨ମହଲା କୋଠା, ଭୁବନେଶ୍ୱର ଗୌତମନଗର ରୟାଲ ରେସିଡେନ୍ସି ୩ବିଏଚକେ ଫ୍ଲାଟ, ଭୁବନେଶ୍ୱର ଓଲଡ଼ ଟାଉନ ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଂଟ ରେ ୩ବିଏଚକେ ଘର, ଭଦ୍ରକ ସ୍ଥିତ ବାସଭବନ, ଭଦ୍ରକ ଜିଲ୍ଲା ସମାଜ ମଂଗଳ ଅଧିକାରୀଙ୍କ ଦପ୍ତର, ଜୟନ୍ତୀଙ୍କ ପୁତ୍ର(ବାଲେଶ୍ୱର ଜିଲ୍ଲା ପରିଷଦରେ କଲ ସେଣ୍ଟର ଏକଯ୍ୟୁକୁଟିଭ)ରୋହିତ କୁମାର ମଣ୍ଡଳଙ୍କ ଅଫିସ ଚେମ୍ବେର, ବାଲେଶ୍ୱର ସୁନହଟ ରେ ଥିବା ତାଙ୍କ ସମ୍ପର୍କୀୟ, ବାଲେଶ୍ୱର ଚିଡ଼ିଆପୋଲ ସ୍ଥିତ ତାଙ୍କ ସହଯୋଗୀଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର ଠାରେ ଓ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଫିସରେ ଭିଜିଲାନ୍ସ ର ଏକକାଳୀନ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସ ବିଭାଗ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଭିଜିଲାନ୍ସ ବିଭାଗର ଜଣେ ଆଡ଼ିସନାଲ ଏସପି, ୪ଡ଼ିଏସପି, ୮ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଷ୍ଟାଫଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ର ୧୧ଟି ସ୍ଥାନ ରେ ଚଢ଼ାଉ ଚାଲିଛି।
Related Posts
ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିୀପତ୍ର ପ୍ରତ୍ୟାହାରର ଶେଷ ଦିନ । ସେପେଟ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ…
ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଫଳରେ…
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଇଫ୍କୋର ୧ କୋଟି ଟଙ୍କା ପ୍ରଦାନ
ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିଃ (ଇଫ୍କୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି।…

