ରାସ୍ତାରେ ଓଲଟିଲା ବସ୍‌: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୋରଡ଼ାରେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର ଯାଉଥିବା ମଣ୍ଡାସୁର ବସ ବୁଲାଣିଠାରେ ଗଛକୁ ପିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ବସରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ। ସମସ୍ତଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତଙ୍କୁ ଦଶପଲ୍ଲା ଓ ନୟାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠା ଯାଉଥିବା ସୂଚନା ମିଳିଛି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!