ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଆଜି ୬ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ୬ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀତ୍ୱ ବଦଳିଥିବାବେଳେ କାକଟପୁରରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ଏହାବ୍ୟତୀତ ସମସ୍ତଙ୍କ ନଜର ଥିବା କାକଟପୁର ଆସନରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ଏଠାରେ ପୁଣିଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ ।

