ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ

ପଲିଟିକାଲ ସଙ୍କଟରେ ସୁରେଶ ରାଉତରାୟ । ନିମାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ବଡ଼ ପୁଅ ପାଇଁ କରିବେ କ’ଣ ? ପୂର୍ବରୁ ଭୁବନେଶ୍ବରରେ ବିଜେଡିରୁ ସାନ ପୁଅ ମନ୍ମଥଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସୁର । ସିଦ୍ଧାର୍ଥ କହିଲେ, କେବଳ ଆଶୀର୍ବାଦ ନେବି, ପ୍ରଚାରକୁ ବାପାଙ୍କୁ ଡାକିବିନି ।
ସାନ ପୁଅ ପାଇଁ ଓପନ୍ ହୋଇଥିବା ସୁର, ବଡ଼ ପୁଅ ପାଇଁ କରିବେ କ’ଣ? ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିଥିବା ସୁର, କଂଗ୍ରେସ ପାଇଁ କରିବେ କ’ଣ? ଭୁବନେଶ୍ବରରେ ବିଜେଡିରୁ ମନ୍ମଥଙ୍କ ପାଇଁ ଭୋଟ ମାଗିବେ, ନା ନିମାପଡ଼ାରେ କଂଗ୍ରେସରୁ ସିଦ୍ଧାର୍ଥଙ୍କ ପାଇଁ କରିବେ ପ୍ରଚାର ।

ଏନେଇ ଏବେ ସଙ୍କଟରେ ରାଜ୍ୟ ରାଜନୀତିର ବଡ ଚେହେରା ସୁରେଶ ରାଉତରାୟ। ସାନ ପୁଅ ମନ୍ମଥ ଶଙ୍ଖ ଫୁଙ୍କିବା ପରେ ପୁତ୍ର ମୋହରେ ପଡ଼ି ଯାଇଥିଲେ ସୁର। ବାପା ହିସାବରେ ପୁଅ ଆଗ ଓ ଦଳ ପଛ, ଧାରାକୁ ବିଶ୍ବାସ କରି ବାଟ ଚାଲୁଥିବା ସୁରଙ୍କୁ କଂଗ୍ରେସ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କହି ଆଉଟ୍ କରି ଦେଇଛି । ଦଳରୁ ବିଦା ହେବା ପରେ ଏବେ ମନ୍ମଥଙ୍କ ଲାଗି ଖୋଲାଖୋଲି ଭୋଟ ମାଗୁଛନ୍ତି ସୁର । ନିକଟରେ କଳିଙ୍ଗ ଷ୍ଟାଡିୟମ ଦର୍ଶକ ଗ୍ୟାଲେରୀରେ ମନ୍ମଥଙ୍କ ଲାଗି ଖୋଲାଖୋଲି ଭୋଟ ମାଗିଥିଲେ ସୁର ।

ନିମାପଡ଼ା ଲାଗି ବଡ଼ ପୁଅ ସିଦ୍ଧାର୍ଥଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ନିର୍ବାଚନରେ ବାପା ସୁର ରାଉତରାୟଙ୍କ ଭୂମିକା ପ୍ରଶ୍ନରେ ସିଦ୍ଧାର୍ଥଙ୍କ ଉତ୍ତର ରଖିଛନ୍ତି । କହିଛନ୍ତି, ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି । ବାପାଙ୍କୁ ଭୋଟ ପ୍ରଚାର ପାଇଁ ଡାକିବେ ନାହିଁ, କେବଳ ଆଶୀର୍ବାଦ ନେବେ । ଦଳ ଯେହେତୁ ବହିଷ୍କାର କରିଛି ତାଙ୍କ ବାଟରେ ତାଙ୍କୁ ଛାଡି ଦିଆଯାଉ। ବାପା ନୁହନ୍ତି, ଭିଣୋଇ ପ୍ରସାଦ ହରିଚନ୍ଦନ ଆସିଲେ ଭଲ ହେବ ବୋଲି କହିଛନ୍ତି ସିଦ୍ଧାର୍ଥ। ସୁର ବି ରୋକ ଠୋକ କହିଛନ୍ତି, ବଡ ପୁଅ ଡାକିଲେ ପ୍ରଚାରକୁ ଯିବେ, ନଚେତ୍ ନିଜ ଆଡ଼ୁ ଯିବେ ନାହିଁ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!