ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ ଏବଂ ସିଂହଦ୍ୱାର ରୂପା ଛାଉଣୀ ହେବ।। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି।
ଆସନ୍ତା ରଥଯାତ୍ରା ସମୟରେ ଏହିସବୁ କାମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ତିନିଦ୍ୱାର ରୁପା ଛାଉଣୀ କରାଯିବା ଲାଗି ଆଲୋଚନା କରାଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍ଆଇ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଗଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୁପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ।
ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ଜଣେ ଦାତା ଆଗ୍ରହ ପ୍ରକାଶ କରିଛନ୍ତି।

