ଦ କେରଳ ଷ୍ଟୋରୀ ପରେ ଏବେ ଦ ଡାଏରି ଅଫ ଓ୍ବେଷ୍ଟ ବେଙ୍ଗଲକୁ ନେଇ ବିବାଦ ମୁଣ୍ଡ ଟେକିଛି । ନିକଟରେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ଫିଲ୍ମ ଦ ଡାଏରି ଅଫ ଓ୍ବେଷ୍ଟ ବେଙ୍ଗଲର ଟ୍ରେଲର ଆଉଟ ହୋଇଛି । ତେହେ ଏହି ଟ୍ରେଲରକୁ ନେଇ ପଶ୍ଚିମବଙ୍ଗରେ ବିବାଦ ଦେଖାଦେଇଛି । ରାଜ୍ୟକୁ ବଦନାମ କରିବ ଅଭିଯୋଗରେ ଫିଲ୍ମ ମେକର ସନୋଜ ମିଶ୍ରଙ୍କ ବିରୋଧରେ ନୋଟିସ ଜାରି କରିଛି ପୋଲିସ । ସନୋଜଙ୍କୁ CRPC ଧାରା ୪୧ A ଅନୁସାରେ ନୋଟିସ ଜାରି ହୋଇଛି ।

