କୋରିଆନ ଭାଷାରେ ରିଲିଜ ହେବ ଅଜୟ ଦେବଗନଙ୍କ ଦୃଶ୍ୟମ । ୨୦୨୦ର ଓସ୍କାର ପୁରସ୍କାର ବିଜେତା ପାରାସାଇଟ ଫିଲ୍ମର ଅଭିନେତା ସଙ୍ଗ କଙ୍ଗ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା କୋରିଆ ଭାଷାରେ ନିର୍ମିତ ହେବ । ଏହା ସମ୍ପୂର୍ଣ୍ଣ ଭାବେ କୋରୀୟ ଫିଲ୍ମ ଶୈଳୀରେ ନିର୍ମିତ ହେବ । ପୂର୍ବରୁ କନ୍ନଡ, ତେଲୁଗୁ, ତାମିଲ, ହିନ୍ଦୀ ଭଳି ଅନେକ ଭାଷାରେ ଫିଲ୍ମଟି ରିଲିଜ ହୋଇଥିଲା ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରିଥିଲେ ।

