ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ବାଲିଫାଇଂ ମ୍ୟାଚରେ ଗୁଜରାଟକୁ ମାତ ଦେଇ ଫାଇନାଲରେ ଚେନ୍ନାଇ । ୧୫ ରନରେ ଗତଥର ଚାମ୍ପିଅନକୁ ମାତ ଦେଇଛି ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ ରନରେ ଅଲଆଉଟ ହୋଇଯାଇଥିଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ବାଡ ୬୦ ରନ କରିଥିବା ବେଳେ ଡେଭନ କନଓ୍ବେ ୪୦ରନ କରିଥିଲେ । ଅନ୍ୟପଟେ ଆଜି ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ହେବ ଏଲିମିନେଟର ମ୍ୟାଚ । ଏଥିରେ ଯେଉଁ ମ୍ୟାଚ ବିଜୟୀ ହେବ ସେ ଦ୍ବିତୀୟ କ୍ବାଲିଫାଇଂରେ ଗୁଜରାଟକୁ ଭେଟି ଫାଇନାଲ ଫାଇ ଲଢେଇ କରିବ ।

