ଏସିଆନ୍ ଗେମ୍ସ ୨୦୨୬: ଶୁଟିଂରେ ଭାରତକୁ ଆଉ ୨ ପଦକ

ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଶୁଟରମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁଟିଂରେ ଭାରତ ଆଉ ଦୁଇଟି ପଦକ ଜିତିଛି। ୧୦ ମିଟର ଏୟାର ରାଇଫଲ୍ ବ୍ୟକ୍ତିଗତ ଇଭେଣ୍ଟରେ ହିମାଂଶୁ ଢିଲ୍ଲୋନ୍ ରୌପ୍ୟ ଏବଂ ରୁଦ୍ରାଂଶ ପାଟିଲ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହ ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୬ରେ ପହଞ୍ଚିଛି।
୧୦ ମିଟର ଏୟାର ରାଇଫଲ୍ ପର୍ସନାଲ ଇଭେଣ୍ଟରେ ଚୀନର ଶେଙ୍ଗ୍ ଲିହାଓ ୨୫୪.୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ହିମାଂଶୁ ଢିଲ୍ଲୋନ୍ ୨୫୨.୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସିଲଭର ପଦକ ହାସଲ କରିଛନ୍ତି। ସେହିପରି ରୁଦ୍ରାଂଶ ପାଟିଲ୍ ୨୩୦.୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଏସିଆନ୍ ଗେମ୍ସର ତୃତୀୟ ଦିନରେ ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଟିମ୍ ଇଭେଣ୍ଟରେ ଭାରତ ସିଲଭର ପଦକ ଜିତିଥିଲା। ହିମାଂଶୁ ଢିଲ୍ଲୋନ୍ ଏବଂ ରୁଦ୍ରାଂଶ ପାଟିଲ୍ ମଧ୍ୟ ସେହି ଟିମର ସଦସ୍ୟ ଥିଲେ। ଏବେ ବ୍ୟକ୍ତିଗତ ଇଭେଣ୍ଟରେ ହିମାଂଶୁ ସିଲଭର ଏବଂ ରୁଦ୍ରାଂଶ ବ୍ରୋଞ୍ଜ ଜିତି ଭାରତର ପଦକ ସଂଖ୍ୟା ବଢ଼ାଇଛନ୍ତି।

ଏସିଆନ୍ ଗେମ୍ସ ୨୦୨୬ରେ ଶୁଟିଂରେ ଭାରତ ଏପର୍ଯ୍ୟନ୍ତ ୫ଟି ପଦକ ଜିତିଛି
• ୧୦ ମିଟର ଏୟାର ରାଇଫଲ୍ ମହିଳା ବ୍ୟକ୍ତିଗତ: ଇଲାଭେନିଲ୍ ଭାଲାରିଭାନ୍- ସିଲଭର
• ୧୦ ମିଟର ଏୟାର ରାଇଫଲ୍ ମହିଳା ଟିମ୍: ସିଲଭର
• ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଟିମ୍: ସିଲଭର
• ୧୦ ମିଟର ଏୟାର ରାଇଫଲ୍ମେନ୍ ପର୍ସନାଲ: ହିମାଂଶୁ ଢିଲ୍ଲୋନ୍- ସିଲଭର
• ୧୦ ମିଟର ଏୟାର ରାଇଫଲ୍ମେନ୍ ପର୍ସନାଲ: ରୁଦ୍ରାଂଶ ପାଟିଲ୍ – ବ୍ରୋଞ୍ଜ

ଶୁଟିଂର ୫ଟି ପଦକ ବ୍ୟତୀତ ଏମଏମଏରେ ଭାରତର ସୁଚିକା ତାରିୟାଲ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ମୋଟ ପଦକ ସଂଖ୍ୟା ୬ରେ ପହଞ୍ଚିଛି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!