100କିମି ରାସ୍ତା 100 ଘଣ୍ଟାରେ ତିଆରି କରି ଗିନିଜ ରେକର୍ଡ

ରାସ୍ତା ନିର୍ମାଣ କରି ଗିନିଜ ବୁକରେ ରେକର୍ଡ କରିଛି ଭାରତ । ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ତିଆରି କରି ବିଶ୍ବରେ ସଫଳତା ହାସଲ କରିଛି ଭାରତ । ଗାଜିଆବାଦ ଆଲିଗଡ ଏକ୍ସପ୍ରେସ ଓ୍ବେର ଏନଏଚ ୩୪ରେ ମେ ୧୫ ସକାଳ ୧୦ଟାରୁ ଏହିକାମ ଆରମ୍ଭ କରାଯାଇ ମେ ୨୯ ଦିନ ୨ଟାରେ ଶେଷ କରାଯାଇଥିଲା । ୧୦୦ କିଲୋମିଟର ୧୦୦ ଘଣ୍ଟାରେ ତିଆରି କରି ଇଞ୍ଚିନିୟର ଓ ଶ୍ରମିକମାନେ ସଫଳତା ପାଇଛନ୍ତି । ଦୁଇ ଦୁଇଟା ସିଫ୍ଟରେ କାମ କରିବାକୁ ପଡୁଥିଲା ଶ୍ରମିକ ମାନଙ୍କୁ । ରାସ୍ତାଟିକୁ ସମ୍ପୁର୍ଣ୍ଣ ଭାବେ ରିସାଇକେଲ ମ୍ୟାଟେରିଆଲରେ ତିଆରି କରାଯାଇଛି । ଅନ୍ୟପଟେ ଇଞ୍ଜିନିୟର ଓ ଶ୍ରମିକ ମାନଙ୍କ ଟ୍ବିଟ ମାଧ୍ୟମରେ ପ୍ରଶଂସା କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକାରୀ ।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!