ବିବାହ କଲେ ପପୁରାଲ ସିଙ୍ଗର ସନମ ପୁରୀ । ନାଗାଲାଣ୍ଡରେ ବିବାହ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୁଚୋବେନି ତୁଙ୍ଗୋଙ୍କୁ ବିବାହ କରିଛନ୍ତି। ବିବାହ ଫଟୋରେ ଏହି ଦମ୍ପତି ବହୁତ ସୁନ୍ଦର ଏବଂ କୁଲ୍ ଦେଖାଯାଉଛନ୍ତି। ଉଭୟ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି।ସନମ ଏବଂ ଜୁଚୋବେନି ତୁଙ୍ଗୋଙ୍କ ବିବାହ ଆଲବମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଦୁହେଁ ପରସ୍ପରର ହାତ ସବୁଦିନ ପାଇଁ ଧରିଛନ୍ତି ।
ଜୁଚୋବେନି ତୁଙ୍ଗୋ ଏକ ଧଳା ରଙ୍ଗର ଏମ୍ବ୍ରୋଡେଡ ଗାଉନରେ ସୁନ୍ଦର ପରି ଦେଖାଯାଉଛନ୍ତି। ସେ ହାତରେ ଧଳା ଫୁଲର ଗୁଲଦସ୍ତା ଧରି ସନମଙ୍କ ସହ ଏକ ରୋମାଣ୍ଟିକ ପୋଜ ଦେଉଛନ୍ତି ।

