୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ, ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ) ରେ ଜନ୍ମଗ୍ରହଣ କରିଥିଲେ, ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ସହିତ ତାଙ୍କର ବଲିଉଡରେ ଡେବ୍ୟୁ କରିଥିଲେ।
ଖ୍ୱାଜା ଅହମ୍ମଦ ଅବ୍ବାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ମହିଳା ବିପ୍ଳବୀଙ୍କ ଉପରେ ଚିତ୍ରିତ ହୋଇଥିଲା, ଯିଏ ଡାକ୍ତରଖାନାରେ ଶୋଇଥିବା ସମୟରେ ତାଙ୍କର ପୁରୁଣା ଦିନକୁ ମନେ ପକଉଥିଲେ।

ତେବେ ବିଳମ୍ବିତ ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ ।
ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହା ପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ ।

