ବଲିଉଡ୍ ଆକ୍ଟର ଜୁନିଅର ମେହମୁଦଙ୍କ ପରଲୋକ । ୬୭ ବର୍ଷ ବୟସରେ ଭେଟେରାନ ଆକ୍ଟର ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । କ୍ୟାନସର ରୋଗରେ ପୀଡ଼ିତ ହୋଇ ଗତ ୨ ମାସ ଧରି ଚିକିତ୍ସାଧୀନ ରହିଥିଲେ । ୬୦ ଓ ୭୦ ଦଶକର ବେଶ୍ ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ୍ । କାରଭାଁ, ହାଥୀ ମେରେ ସାଥୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିୟନର ଜାଦୁ ଦେଖିବାକୁ ମିଳିଥିଲା । ମେରା ନାମ ଜୋକରରେ ବି ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ୪ ଦଶନ୍ଧିର କ୍ୟାରିଅରରେ ସେ ପ୍ରାୟ ୨୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ।

