ଖିଲାଡି ଅକ୍ଷୟ କୁମାରଙ୍କର ଆସୁଛି ନୂଆ ଫିଲ୍ମ । OMG-୧ ପରେ ଏବେ ପରଦାରେ ହିଟ୍ କରିବ OMG-୨ । ନିକଟରେ ପିଲ୍ଣର ପୋଷ୍ଟର ଆଉଟ ହୋଇଛି । ଏଥିରେ ଅକ୍ଷୟଙ୍କୁ କୃଷ୍ଣ ନୁହେଁ ରୌଦ୍ରରୂପୀ ଶୀବଙ୍କ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ପୋଷ୍ଟରରେ ଅକ୍ଷୟଙ୍କୁ ଜଟାଧାରୀ ଶିବଙ୍କ ବେଶରେ ଦେଖିବାକୁ ମିଳୁଛି ।କିନ୍ତୁ ଅକ୍ଷୟଙ୍କ ଲୁକକୁ ନେଇ ପ୍ରଥମରୁ ବିବାଦ ଦେଖାଦେଲାଣି । ଅକ୍ଷୟଙ୍କ ବଡେ ମିଆଁ ଛୋଟେ ମିଆଁ ଫିଲ୍ମ କୋଷ୍ଟାର ଟାଇଗର ସ୍ରଫଙ୍କ କମେଣ୍ଟକୁ ନେଇ ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମର ରିଲିଜ ଡେଟ ଘୋଷଣା ହୋଇନି ।

