ହିଂସାରେ ଜଳୁଛି ଫ୍ରାନ୍ସ । 7 ଦିନରେ ପହଞ୍ଚିଛି ଆନ୍ଦୋଳନ । ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁ ପରେ ରକ୍ତାକ୍ତ ହୋଇଛି ସହର । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫୦ହଜର ସୈନ୍ୟ ଓ ପୋଲିସ କର୍ମୀ ମୁତୟନ କରାଯାଇଛି । ପୁଣି ୪୨୭ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ହଜାର ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ । ପ୍ୟାରିସ ମେୟରଙ୍କ ଘର ଆଗରେ ରଖାଯାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଗତ ୫ଦିନ ମଧ୍ୟରେ ୨ହଜାରରୁ ଅଧିକ ଗାଡ଼ି ପୋଡ଼ି ଦିଆଯାଇଛି । ଦଙ୍ଗାକାରୀଙ୍କୁ ରୋକିବାକୁ ପୋଲିସ ଲୁହ ବୁହା ଗ୍ୟାସ ଓ ଓ୍ବାଟର କ୍ୟାନନ ମାଡ଼ କରିଛି । ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ନାଗରିକ ତଥା ପର୍ଯ୍ୟଟକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Related Posts
ଅଷ୍ଟ୍ରେଲିଆରେ ଇହୁଦୀ ପର୍ବ ହନୁକା ସମୟରେ ଗୁଳିକାଣ୍ଡ
ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍ରେ ଗୁଳିକାଣ୍ଡ ଘଟିଛି। ଲୋକମାନେ ହନୁକା ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସୋମବାର…
ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ
ପହଲଗାମ୍ ଆତଙ୍କୀ ହମ୍ଲା ପରେ ପାକିସ୍ତାନ ଉପରେ ଭାରତର ଲଗାତର ଆକ୍ସନ୍। ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ…
ଆଫଗାନିସ୍ତାନରେ ଭୂମିକମ୍ପ, ୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ
ରବିବାର ମଧ୍ୟରାତ୍ରିରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଛି । ଏହି ଭୂକମ୍ପରେ ଅତି କମରେ ୮00 ଲୋକଙ୍କ…

