ଆସୁଛି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାଓ୍ବତଙ୍କ ନୂଆ ଫିଲ୍ମ । ଫିଲ୍ମର ନାଁ ରହିଛି ଚନ୍ଦ୍ରମୁଖୀ ୨ । ଯେଉଁଥିରେ କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଏନେଇ ସୋସିଆଲ ମିଡିଆରେ କଙ୍ଗନା ସେୟାର କରି ଜଣାଇଛନ୍ତି । ଅଭିନୟ ସହ ସେ ନିର୍ମାତା ଓ ପ୍ରଡ୍ୟୁସର ଭାବରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ୫ ଟି ଭାଷା ହିନ୍ଦି, ତେଲୁଗୁ , ତାମିଲ, ମାଲାୟାଲମରେ ରିଲିଜ ହେବ । ତେବେ ଫିଲ୍ମ ଚନ୍ଦ୍ରମୁଖୀ ୨ ଗଣେଷ ପୂଜାରେ ରିଲିଜ ହେବା ନେଇ ସୂଚନା ମିଳୁଛି ।

