ରିଲିଜ ହେଲା ମଚ୍ ଆଓ୍ବେଟେଡ୍ ଫିଲ୍ମ ଫାଇଟରର ଟ୍ରେଲର । ଏହି ଫିଲ୍ମରେ ସିଦ୍ଧାର୍ଥ ଆନନ୍ଦ ଡିରେକ୍ସନ ଦେଇଥିବା ବେଳେ ଲିଡ୍ ରୋଲରେ ଦୀପିକା ପାଦୁକୋନ୍ ହ୍ରିତିକ ରୋଶନଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଫାଇଟରର ଟ୍ରେଲରରେ ଦେଖିବାକୁ ମିଳୁଛି ଇମୋସନାଲ ରୋଲର କୋଷ୍ଟର। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଏକ ମିଶନରେ ନିୟୋଜିତ ହେଉଛନ୍ତି ହ୍ରିତିକ ଓ ଦୀପିକା। ଆକ୍ସନ୍ ପ୍ୟାକଡ ଟ୍ରେଲରରେ ରହିଛି ଜବରଦସ୍ତ ଫାଇଟ୍ ସିନ୍ । ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ହ୍ରିତିକ ଓ ଦୀପିକା । ବ୍ୟାଙ୍ଗ ବ୍ୟାଙ୍ଗ ଓ ଓ୍ବାର ପରେ ସିଦ୍ଧାର୍ଥ ଆନନ୍ଦଙ୍କ ସହ ଫାଇଟରରେ କାମ କରିଛନ୍ତି ହ୍ରିତିକ । ସେହିପରି ବଚନା ଏ ହସିନୋ ଓ ପଠାନ ପରେ ସିଦ୍ଧାର୍ଥଙ୍କ ସହ କାମ କରିଛନ୍ତି ଦୀପିକା । ଜାନୁଆରୀ ୨୫ତାରିଖରେ ରିଲିଜ ହେବ ଫାଇଟର । ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରୟ, କରନ ସିଂ ଗ୍ରୋଭରଙ୍କୁ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

