ପହଲଗାମ୍ ଆତଙ୍କୀ ହମ୍ଲା ପରେ ପାକିସ୍ତାନ ଉପରେ ଭାରତର ଲଗାତର ଆକ୍ସନ୍। ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ବ୍ଲକ। ଅର୍ଥାତ୍ ପାକିସ୍ତାନ ସରକାରଙ୍କ X ହ୍ୟାଣ୍ଡେଲର କୌଣସି ପୋଷ୍ଟ ଭାରତରେ ଦେଖିପାରିବେନି। ପାକିସ୍ତାନର ସରକାରୀ ୱେବସାଇଟ୍ ମଧ୍ୟ ଭାରତରେ ବ୍ଲକ୍ କରାଯାଇଛି। ଭାରତରେ https://pakistan.gov.pk/କୁ ଆକ୍ସେସ୍ କରିପାରିବେନି। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଆକାଉଣ୍ଟଟି ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶରେ ସକ୍ରିୟ ରହିବ।
CCS ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକ ପୂର୍ବରୁ କହିଥିଲେ ଯେ, ପହଲଗାମ ଆକ୍ରମଣ ପଛରେ ଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ। “ଯେଉଁମାନେ ପରଦା ପଛରେ ଷଡ଼ଯନ୍ତ୍ର ରଚୁଛନ୍ତି” ସେମାନଙ୍କୁ ଛଡ଼ାଯିବ ନାହିଁ।

