ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କଠୋର ପଦକ୍ଷେପ

ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପଡୋଶି ପାକିସ୍ଥାନ ପାଇଁ କଠୋର ହୋଇଛି ଭାରତ। ଏହି ଆତଙ୍କୀ ଆକ୍ରମଣ ଜବାବରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (ସିସିଏସ) ବୈଠକରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି:

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ: ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିକୁ (Indus Waters Treaty) ତୁରନ୍ତ ପ୍ରଭାବରେ ସ୍ଥଗିତ ରଖାଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଘୋଷଣା କରି କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ। ଏହି ଚୁକ୍ତି ଅନୁଯାୟୀ, ସିନ୍ଧୁ ନଦୀ ଓ ଏହାର ଉପନଦୀଗୁଡ଼ିକର ଜଳ ବଣ୍ଟନ ନିୟମ କାର୍ଯ୍ୟକାରି ହୋଇଥାଏ। ଯେଉଁଥିରେ ପାକିସ୍ତାନ ଇଣ୍ଡସ ନଦୀର ପ୍ରାୟ ୮୦% ଜଳ ପାଇଥାଏ।

ଅଟାରୀ ଚେକପୋଷ୍ଟ ବନ୍ଦ: ଭାରତ-ପାକିସ୍ତାନ ସୀମାରେ ଥିବା ଅଟାରୀ ଚେକପୋଷ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଯାତାୟାତକୁ ଗଭୀର ଭାବେ ପ୍ରଭାବିତ କରିବ।

ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ: ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ଭିସା ବାତିଲ କରାଯାଇଛି। ଯେଉଁଥିରେ ଉଭୟ ଭିସା ସେବା ଓ କ୍ରସ ବୋର୍ଡର ଟ୍ରାଭେଲ ପରମିଟ ରହିଛି। ଏହାସହ ବର୍ତ୍ତମାନ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନୀ ସାମରିକ ପରାମର୍ଶ ଦାତାଙ୍କୁ ବହିଷ୍କାର: ଦିଲ୍ଲୀରେ ଥିବା ପାକିସ୍ତାନୀ ହାଇ କମିଶନରୁ ସମସ୍ତ ସାମରିକ ପରାମର୍ଶଦାତାଙ୍କୁ ବହିଷ୍କୃତ କରାଯାଇଛି। ଏହା ସହ ଏଠାରେ କାମ କରୁଥିବା ୫୫ ଜଣ କର୍ମଚାରିଙ୍କୁ ହ୍ରାସ କରି ୩୦ ଜଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ପାକିସ୍ତାନରେ ଭାରତୀୟ ଦୂତାବାସ ବନ୍ଦ: ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରାଯାଇଛି, ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନକୁ ସୂଚାଇଛି।

Post Views3 Total Count

Apply Now


This will close in 0 seconds

error: Content is protected !!