ୟୁକ୍ରେନ ଉପରେ ବଡ ଏୟାର ଷ୍ଟ୍ରାଇକ କରିଛି ଋଷିଆ । ବିଳମ୍ବିତ ରାତିରେ ୟୁକ୍ରେନ ଉପରେ ୩୬୭ଟି ଡ୍ରୋନ ଓ ମିଜାଇଲ ମାଡ କରିଛି । ୟୁକ୍ରେନର ଏକାଧିକ ସହର ଏପରିକି ରାଜଧାନୀ କିଭ୍ ଉପରକୁ ମଧ୍ୟ ଆକ୍ରମଣ କରିଛି ଋଷିଆ । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଝିଟୋମିର ସହରର ଉତ୍ତରାଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ।
ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରି କହିଥିଲେ ଯେ, ‘‘ଆମେରିକା ଓ ବିଶ୍ୱର ଅନ୍ୟ ରାଷ୍ଟ୍ରର ନୀରବତା ହିଁ ଋଷିଆକୁ ଏହି କାମ ପାଇଁ ଉତ୍ସାହିତ କରୁଛି । ଋଷିଆର ଏଭଳି ଆତଙ୍କବାଦୀ ଭଳି କାମ ହିଁ ନୂଆ ପ୍ରତିରୋଧ ଲଗାଇବାରେ ଯଥେଷ୍ଟ ବୋଲି ଜେଲେନସ୍କି କହିଛନ୍ତି ।

