ସୁଦାନରେ ଏୟାର ଷ୍ଟ୍ରାଇକରେ ୨୨ ମୃତ। ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାରଷ୍ଟ୍ରାଇକ୍ ହୋଇଛି । ଏୟାରଷ୍ଟ୍ରାଇକ କରିଛି ପଶ୍ଚିମ ଓମଗୁରମ୍ୟାନରେ ସୁଦାନ ସେନା । ଫଳରେ ୨୨ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଆହତ ହୋଇଛନ୍ତି । ୧୨ ସପ୍ତାହ ଧରି ସୁଦାନ ସେନା ଓ ପାାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ୧୫ ଏପ୍ରିଲରେ ଲଢେଇ ଆରମ୍ଭ ହେବା ପରେ ଆରଏସଏଫ ପକ୍ଷରୁ ରାଜଧାନୀ ଖାର୍ତୁମ, ଓମଗୁରମ୍ୟାନ୍ ଓ ବହରୀରେ ଜୋରଦାର ଆକ୍ରମଣ ଜାରି ରହିଛି । ଏଯାଏ ଲଢ଼େଇ ୧୧୩୩ ଜଣଙ୍କ ଜୀବନ ଗଲାଣି । ଅଧାରୁ ଅଧିକ ମହିଳା ଓ ଯୁବତୀଙ୍କୁ ଦୁଷ୍କର୍ମ ଓ ଅପହରଣ କରାଯାଇଥିବା ଅଭିଯୋଗ ରହିଛି ।

