ଏକାଠି ନଜର ଆସିବେ ଶ୍ରଦ୍ଧା କପୁର ଓ କାର୍ତ୍ତିକ ଆର୍ଯ୍ୟାନ । କବିର ସିଂଙ୍କ ଅପକମିଂ ଫିଲ୍ମ ଚନ୍ଦୁ ଚାମ୍ପିୟନରେ ଉଭୟ ନଜର ଆସିବେ । ଏହି ଫିଲ୍ମଟି ସ୍ପୋର୍ଟ୍ସ ଡ୍ରାମା ଉପରେ ଆଧାରିତ । ମୁରଲୀକାନ୍ତ ପେଟକରଙ୍କ ଜୀବନୀ ଉପରେ ଆଧାରିତ । ପେଟକରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଫିଲ୍ମ । ମୂରଲୀକାନ୍ତ ୧୯୭୦ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୧୯୭୨ ଜର୍ମାନୀ ପାରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ପାଇଥିଲେ । କାର୍ତିକ ଓ ଶ୍ରଦ୍ଧାଙ୍କ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ମେକର୍ସ। ତେବେ ଆସନ୍ତା ବର୍ଷ ୧୪ ଜୁନ ଫିଲ୍ମ୍ ରିଲିଜ ନେଇ ଘୋଷଣା ହୋଇଛି । ତେବେ କାର୍ତ୍ତିକ ଏବେ ନୂଆ ଫିଲ୍ମ ସତ୍ୟ ପ୍ରେମ କି କଥା ପାଇଁ ଚର୍ଚ୍ଚାରେ ଅଛନ୍ତି ।

