ଚୀନ ପ୍ରସ୍ତୁତ କରୁଛି ନ୍ୟୁରୋଷ୍ଟ୍ରାଇକ ଓ୍ବିପେନ୍ସ, ଜାଣନ୍ତୁ କଣ ଏହି ଅସ୍ତ୍ର…

ଚୀନ ବିକଶିତ କରିବାକୁ ଯାଉଛି ନୂଆ ଅସ୍ତ୍ର । ଯାହାର ନାଁ ହେଉଛି ନ୍ୟୁରୋଷ୍ଟ୍ରାଇକ ଓ୍ବିପେନ୍ସ । ଏହା ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି ।ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଚୀନ ସେନାର ମିଳିତ ସହଯୋଗରେ ଏହି ଅସ୍ତ୍ର ତିଆରି ହେଉଛି । ତେବେ ଚୀନ ଏହି ଓ୍ବିପେନ୍ସର ପରୀଣ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇନି । ଏହି ଅସ୍ତ୍ରଶସ୍ତ୍ର ସମଗ୍ର ବିଶ୍ବ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।


ତେବେ କଣ ଏହି ନ୍ୟୁରୋଷ୍ଟ୍ରାଇକ ଓ୍ବିପେନ୍ସ
ଏହି ଅସ୍ତ୍ର ଯାହା ମାନବ ନ୍ୟୁରୋ ଅର୍ଥାତ୍ ସ୍ନାୟୁ ଉପରେ ସିଧାସଳଖ ଆକ୍ରମଣ କରେ | ଏଗୁଡ଼ିକ ହେଉଛି ଅସ୍ତ୍ର ଯାହାକି ଯୁଦ୍ଧରେ ଯୁଦ୍ଧ କରୁଥିବା ସେନାମାନଙ୍କ ମନକୁ ଆକ୍ରମଣ କରିବା କିମ୍ବା ଆବଶ୍ୟକ ଅନୁଯାୟୀ ସାଧାରଣ ଲୋକଙ୍କ ମନକୁ ଆକ୍ରମଣ କରିବା ପାଇଁ ବିଶେଷ ଭାବରେ ବ୍ୟବହୃତ ହୋଇପାରିବ | ଏହା ପ୍ରୟୋଗ ହେଲେ ଜଣେ ବ୍ୟକ୍ତିର ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ରହିବ । କରୋନା ମହାମାରୀ ବେଳେ ସାରା ବିଶ୍ୱ ଏଥିରୁ ମୁକୁଳିବା ପାଇଁ ବ୍ୟସ୍ତ ଥିବା ବେଳେ ଚୀନ ଏହି ଅସ୍ତ୍ର ବିକଶିତ କରୁଥିଲା ।ଏହି ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଚୀନ୍ ଯୁଦ୍ଧର ପାରମ୍ପାରିକ ପଦ୍ଧତି ତୁଳନାରେ ଅଣ ପାରମ୍ପାରିକ କ୍ଷମତା ବୃଦ୍ଧି କରିବାକୁ ଚେଷ୍ଟା କରୁଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!