ଆଫଗାନିସ୍ତାନର ବଦସ୍ଖାନ୍ ପ୍ରଦେଶ ଅନ୍ତର୍ଗତ କୁରାନ୍-ମୁଞ୍ଜାନ୍ ଓ ଜିବକ୍ ଜିଲ୍ଲା ନିକଟରେ ଥିବା ତୋପଖାନା ପର୍ବତମାଳାରେ ମୋରକୋର ଗୋଟାଏ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟ କରିଛି।
ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ଯାତ୍ରୀବାହୀ ବିମାନ ବୋଲି ପୂର୍ବରୁ ଆଫଗାନିସ୍ତାନ ରିପୋର୍ଟ କରିଥିଲା। କିନ୍ତୁ, ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଏଇମାତ୍ର ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ‘ଇଣ୍ଡିଆନ୍ ସ୍କିଡ୍ୟୁଲ୍ଡ୍ ଏୟାର୍କ୍ରାଫ୍ଟ’ ନୁହେଁ କି, ‘ନନ୍ ସ୍କିଡ୍ୟୁଲ୍ଡ୍/ଚାର୍ଟର୍ ଏୟାର୍କ୍ରାଫ୍ଟ’ ନୁହେଁ।
ଏହା ହେଉଛି ମୋରକୋରେ ପଞ୍ଜୀକୃତ ହୋଇଥିବା କ୍ଷୁଦ୍ର ବିମାନ ‘ଡିଏଫ୍ ୧୦’ କିନ୍ତୁ, ଏ ସଂକ୍ରାନ୍ତରେ ବିଭିନ୍ନ ଦେଶର ଗଣମାଧ୍ୟମ ଭିନ୍ନ ଭିନ୍ନ ରିପୋର୍ଟ ଦେଉଥିବାରୁ ପ୍ରକୃତ କଥା ଜଣାପଡ଼ିନାହିଁ।

