ଓସ୍କାର ଦୌଡ଼ରେ ହିନ୍ଦୀ ଫିଲ୍ମ ‘ଲାପତା ଲେଡିଜ୍’

ଲାପତା ଲେଡିଜର ନିର୍ମାତାଙ୍କ ପାଇଁ ଖୁସିର ଖବର । ୨୦୨୫ ଓସ୍କାର ରେସ୍‌ରେ ସାମିଲ ହେଲା ଫିଲ୍ମ ଲାପତା ଲେଡିଜ୍ । ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ ପରେ ଫିଲ୍ମକୁ ଏପରି ସଫଳତା ମିଳିଛି । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା କରାଯାଇଛି।

‘ଲାପତା ଲେଡିଜ୍‌’ ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମାଲାୟଲମ୍ର ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା। ହେଲେ ସବୁ ଫିଲ୍ମକୁ ପଛରେ ପକାଇ ଲାପତା ଲେଡିଜ୍ ଏହି ସଫଳତା ହାସଲ କରିଛି । ଶ୍ରେଷ୍ଠ ହଲିଉଡ୍ ଫିଲ୍ମ କାଟାଗୋରୀରେ ମନୋନୀତି ହୋଇଛି ଲାପତା ଲେଡିଜ୍ । ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଅମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତିଭା ରାଣା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଲାପତା ଲେଡିଜର ବଜେଟ୍ ୪ରୁ ୫ କୋଟିରେ ନିର୍ମିତ ହୋଇଥିଲା । ଯାହାକି ବକ୍ସ ଅଫିସରେ ୨୫ରୁ ୨୬ କୋଟି ଆୟ କରିଥିଲା । ନେଟ୍ଫିକ୍ସରେ ଫିଲ୍ମକୁ ରିଲିଜ୍ କରାଯାଇଥିଲା । ଯାହାର ଅବଧି ୧୨୪ ମିନିଟ୍ ରହିଥିଲା ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!