ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାନ୍‌ଙ୍କ ନାଁରେ ଆଉ ଏକ ବଡ଼ ରେକର୍ଡ। M3M ହୁରୁନ ଇଣ୍ଡିଆ ଧନୀ ତାଲିକା-୨୦୨୬ରେ ଦେଶର ସବୁଠୁ ଧନୀ ସେଲିବ୍ରିଟି ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଶାହରୁଖ ଖାନ୍। ତାଙ୍କ ମୋଟ ନେଟ୍ ସମ୍ପତ୍ତି ପ୍ରାୟ ୧୦ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ହୁରୁନ୍‌ର ଆକଳନ ଅନୁସାରେ, ଶାହରୁଖ ଖାନ୍‌ଙ୍କ ସମ୍ପତ୍ତିରେ ତାଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନ୍‌ମେଣ୍ଟ ଏବଂ କ୍ରୀଡ଼ା ବ୍ୟବସାୟ ନାଇଟ୍ ରାଇଡର୍ସ ସ୍ପୋର୍ଟସର ଅବଦାନ ରହିଛି।

ଏହି ତାଲିକାରେ ପ୍ରାୟ ୪ ହଜାର କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପରିବାର। ଦୀର୍ଘ ଦିନର ଅଭିନୟ କ୍ୟାରିୟର ସହ ବିଭିନ୍ନ ବ୍ୟବସାୟିକ ଓ ନିବେଶ କ୍ଷେତ୍ରରୁ ମଧ୍ୟ ସେମାନଙ୍କ ଆୟ ରହିଛି । ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତି ସହିତ ସଲମାନ ଖାନ୍ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଅଭିନୟ ସହ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ତାଙ୍କ ଆୟର ଅଂଶ ବୋଲି ଆକଳନ କରାଯାଇଛି।ପ୍ରାୟ ୨,୫୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ଅଭିନେତା ଋତ୍ୱିକ ରୋଶନ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ଓ ଆୟ ସହ HRX ବ୍ରାଣ୍ଡର ସମ୍ପର୍କ ରହିଛି। ସେହିପରି ପଞ୍ଚମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ପ୍ରାୟ ୧,୬୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ସେ ଏହି ତାଲିକାରେ ସ୍ଥାନ ପାଇଥିବା ସବୁଠୁ ଧନୀ କ୍ରିକେଟର। ବ୍ରାଣ୍ଡ ବିଜ୍ଞାପନ ଓ ନିବେଶକୁ ତାଙ୍କ ସମ୍ପତ୍ତିର ମୁଖ୍ୟ ସ୍ରୋତ ଭାବେ ହୁରୁନ୍ ଉଲ୍ଲେଖ କରିଛି। କ୍ରିକେଟ୍‌ର ଅନ୍ୟତମ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପ୍ରାୟ ୧,୫୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!