ଆତ୍ମସମର୍ପଣ କଲେ ୮ ମାଓବାଦୀ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଆଠ ଜଣ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଖବର ଅନୁଯାୟୀ, ବିଜାପୁରରେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା । ତିନି ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଆତ୍ମସମପର୍ଣ କରିଥିବା ମାଓବାଦୀଙ୍କ ନାଁରେ ହତ୍ୟା, ଆଇଇଡି ବିସ୍ଫୋରଣ, ସୁରକ୍ଷା କର୍ମୀଙ୍କ ଉପରେ ଗୁଳିଚାଳନା କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି । ଆତ୍ମସମର୍ପଣ ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ବିଜାପୁର ପୋଲିସ କହିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!