ତିରୁପତିଙ୍କ ଲଡୁ ପ୍ରସାଦରେ ତମାଖୁ ପ୍ୟାକେଟ୍ !

ତିରୁପତି ଲଡୁକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଏବେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି । ଜଣେ ଭକ୍ତ ଲଡୁ ପ୍ରସାଦରେ ତମାଖୁ ପ୍ୟାକେଟ୍ ମିଳିଥିବା ଦାବି କରିଛନ୍ତି । ତେବେ ଏହି ଅଭିଯୋଗକୁ ମନ୍ଦିର ଟ୍ରଷ୍ଟ ଖଣ୍ଡନ କରିବା ସହ ପ୍ରସାଦ ତିଆରିର ପୂରା ପ୍ରକ୍ରିୟା ବିଷୟରେ ସୂଚନା ଦେଇଛି ।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କହିଛି ଯେ ଲଡୁ ପ୍ରସାଦରେ ତମାଖୁ ପ୍ୟାକେଟ୍ ମିିଳିବା କଥା ମିଛ । କିଛି ଭକ୍ତ ଏହାକୁ ସୋସିଆଲ ମିଡିଆରେ ଏମିତି ଭାଇରାଲ କରିଛନ୍ତି ଯେ ଯେପରି ଲଡୁ ପ୍ରସାଦରେ ତମାଖୁର ପ୍ୟାକେଟ୍ ମିଳିଛି ।

ଟ୍ରଷ୍ଟ କହିଛି, ତିରୁମାଲାରେ ବୈଷ୍ଣବ ବ୍ରାହ୍ମଣ ସମାଜ ଲଡୁ ପ୍ରସାଦ ତିଆରି କରନ୍ତି । ଏଠାରେ ଭକ୍ତିର ସହ ପ୍ରତ୍ୟେକ ଦିନ ଲକ୍ଷାଧିକ ଲଡୁ କଡ଼ାକଡ଼ି ଭାବରେ ତିଆରି କରାଯାଇଥାଏ । ଲଡୁ ତିଆରି ହେଉଥିବା ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ଏହାର ଅର୍ଥ, ଏହା ଉପରେ କଡ଼ା ନଜର ମଧ୍ୟ ରଖାଯାଇଥାଏ ।
ଟ୍ରଷ୍ଟ ଆହୁରି କହିଛି ଯେ ଲଡୁ ତିଆରିରେ ବହୁତ ସାବଧାନତା ଅବଲମ୍ବନ କରାଯିବା ସତ୍ତ୍ୱେ ତମାଖୁ ମିଳିବା କଥା କହିବା ଅତ୍ୟନ୍ତ ନିନ୍ଦନୀୟ । ଭକ୍ତମାନେ ନିଜେ ଏହାକୁ ଦେଖିପାରିବେ ।
କହି ରଖୁଛୁ, ତିରୁପତିଙ୍କ ଲଡୁ ପ୍ରସାଦରେ ତମାଖୁ ମିଳିଛି ବୋଲି ତେଲଙ୍ଗାନାର ଜଣେ ଭକ୍ତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଟିଟିଡି ତରଫରୁ ତାଙ୍କୁ ଯେଉଁ ଲଡୁ ପ୍ରସାଦ ଦିଆଯାଇଥିଲା, ସେଥିରୁ ଏକ ତମାଖୁର ପ୍ୟାକେଟ୍ ମିଳିଥିଲା । ଟିଟିଡି ତାଙ୍କୁ ଯୋଗାଯୋଗ କରିଥିଲା ଏବଂ ଯାଞ୍ଚ ପାଇଁ ଲଡୁକୁ ଷ୍ଟୋର କରିବାକୁ କହିଥିଲା ।

Post Views48 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!