ଋଣ ବୋଝ ସହିନପାରି ଜୀବନ ହାରିଲେ ଅଭିନେତ୍ରୀ । ଅଭିନେତ୍ରୀ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡିଛି । ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ୍ୟୁ ପୂର୍ବର ଭିଡିଓ ହେଉଛି ଭାଇରାଲ ।
ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଷା ମେନନ୍ ଙ୍କ ମୃତଦେହ ତିରୁବନନ୍ତପୁରମର ଶ୍ରୀକର୍ୟ୍ୟସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଅଭିନେତ୍ରୀ ତାଙ୍କ ସ୍ୱାମୀ ମନୋଜଙ୍କ ସହ ରହୁଥିବା ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ରିପୋର୍ଟ ଅନୁଯାୟୀ, ସେ ଆତ୍ମହତ୍ୟା କରିଥିବା ପୁଲିସ ନିଶ୍ଚିତ କରିଛି । ଅଭିନେତ୍ରୀ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡିଛି । ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

