ନବରାତ୍ରୀରେ ଦଣ୍ଡିଆ ତାଳେ ତାଳେ ନାଚିଲେ ଟାଉନସିପ୍ ଅନ୍ତେବାସୀ

ପାରାଦୀପଠାରେ ଥିବା ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ସାରକାରଖାନା ପରିସରରେ ପବିତ୍ର ଦୂର୍ଗା ପୂଜା ଅବସରରେ ନବରାତ୍ରୀ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଇଫକୋର ନିର୍ବାହୀ ନିର୍ଦ୍ଦେଶକ ତଥା ୟୁନିଟ୍ ହେଡ୍ କେ.ଜେ. ପଟେଲ ଉଦଘାଟନ କରିଥିଲେ । ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ,ହରନାଦ ନିମନ୍ତ୍ରିତ ଅତିଥି ଭାବେ ଉତ୍ସବରେ ଯୋଗ ଦେଇଥିଲେ ।

ଇଫକୋ ସମେତ ପାରାଦୀପ ବନ୍ଦରର ଅଧିକାରୀମାନେ ଏହି ମହାନ ଉତ୍ସବରେ ଯୋଗ ଦେଇଥିଲେ । ଇଫେକାର ଜ୍ୟୋତି ଲେଡିଜ୍ କ୍ଲବ୍‌ ସଭାନେତ୍ରୀ ମମତା ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦାଣ୍ଡିଆ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜ୍ୟୋତି ଲେଡିଜ୍ କ୍ଲବ୍‌ର କର୍ମକର୍ତ୍ତା ଓ ସଦସ୍ୟାମାନେ ଏହି ଦାଣ୍ଡିଆ ଉତ୍ସବରେ ଯୋଗ ଦେଇ ଚିତାକର୍ଷକ ଦାଣ୍ଡିଆ ପ୍ରଦର୍ଶନ କରିଥିଲେ ।

ଇଫକୋ ପ୍ରଶାସନିକ ଅଧିକାରୀ ତଥା ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଉତ୍ସବ ପରିଚାଳନା କରିଥିଲେ । ଇଫକୋ ଟାଉନସିପ୍ ଅନ୍ତେବାସୀମାନେ ଏହି ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!