ବିଚାରବିଭାଗୀୟ ହାଜତକୁ ଗଲେ ରାଜା ଚକ୍ର

୧୯ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ଗଲେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ହୋଇଥିବା ରାଜା ଚକ୍ରଙ୍କୁ ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରିଥିଲା ଇଓଡବଲ୍ୟୁ। ଏହାପରେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଆଶା କରାଯାଉଥିଲା, ହେଲେ ସେମିତି କରିନି ଇଓଡବଲ୍ୟୁ। ୧୯ ତାରିଖରେ ପୁଣି ରାଜା ଚକ୍ରଙ୍କୁ କୋର୍ଟରେ ହାଜର କରାଯିବ।

ଏଜେନ୍ସିର ୩୩ କୋଟି ଟଙ୍କା କେବଳ ରାଜନୈତିକ ଏବଂ ପ୍ରଭାବ ବିସ୍ତାର କରିବାକୁ ଖର୍ଚ୍ଚ କରାଯାଇଛି। ଯେତେବେଳେ କୌଣସି ସମସ୍ୟା ପ୍ରସଙ୍ଗ ଉଠିଥାଏ, ସେତେବେଳେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ରାଜା ଚକ୍ରଙ୍କୁ ସମର୍ଥନ ଦେବାରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ। ସେମିତି ପାଖାପାଖି ୭୪ କୋଟି ଟଙ୍କା ଶ୍ରମିକଙ୍କ ଦେୟ ଓ ଲୋଡିଂ ଖର୍ଚ୍ଚ ବାବଦରେ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର କୌଣସି ଠିକ୍ ହିସାବ ନାହିଁ। ତେଣୁ ପରବର୍ତ୍ତୀ ସମୟରେ ଏହାର ଅଡିଟ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଇଓଡବ୍ଲ୍ୟ ସୂଚନା ଦେଇଛି। ଯଦିଓ ରାଜା ଚକ୍ର ଏଜେନ୍ସି ସହିତ ସଂପୃକ୍ତ ନ ଥିଲେ, ମାତ୍ର ତାଙ୍କ ଇସାରାରେ ହିଁ ଏଜେନ୍ସି ଚାଲୁଥିଲା। ଏଥିରେ ତାଙ୍କୁ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲ ସହଯୋଗ କରୁଥିଲେ। ସେହିପରି ରାଜାଙ୍କ ନାମରେ ଥିବା ତିନୋଟି ସଂସ୍ଥା ଶଙ୍କର ମିନେରାଲ୍ସ, ଶଙ୍କର ରୋଡ୍ୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ନାମରେ ବ୍ୟବସାୟ କରାଯାଉଥିଲେ ମଧ୍ୟ ଏହି ଅର୍ଥ ଏଥିରେ ଲାଗିଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ତଦନ୍ତ ବେଳେ ବିଭିନ୍ନପ୍ରକାର ଗାଡ଼ି ଓ ମେସିନ୍ ଜବତ ହୋଇଥିବାବେଳେ ଏକାଧିକ ଆକାଉଣ୍ଟକୁ ଅଚଳ କରାଯାଇଛି। ଯେଉଁଥିରେ ୨୫ ଲକ୍ଷ ଟଙ୍କା ରହିଛି।ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ବର୍ତ୍ତମାନର ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ପରବର୍ତ୍ତୀ ସମୟରେ ରାଜା ଚକ୍ରଙ୍କ ସଂପୃକ୍ତି ସାମନାକୁ ଆସିଥିଲା। ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜା ଓ ତାଙ୍କର ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଏବଂ ସଦାଶିବ ସାମଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସମସ୍ତଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଅନ୍ତରୀଣ ସୁରକ୍ଷା ହଟିଯିବା ପରେ ଆଜି ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି। ରାଜା ଚକ୍ରଙ୍କର ୪୨ଟି ଗାଡ଼ି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହିତ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି। କ୍ରାଇମବ୍ରାଞ୍ଚ ହାତରେ ଏବେ ସୁଦ୍ଧା ୪୫ କୋଟି ଟଙ୍କା ଠକେଇର ପ୍ରମାଣ ମିଳିସାରିଛି। ଆହୁରି ୭୪ କୋଟି ଟଙ୍କାର ଠକେଇ ଯାଞ୍ଚ କରାଯାଉଛି। ୨୦୧୨-୧୩ ପରଠାରୁ ଏଜେନ୍ସିର ଅଡିଟ୍ ହୋଇନାହିଁ। ଏହାକୁ ଅଡିଟ୍ କରି କେଳେଙ୍କାରୀ ସମ୍ପର୍କିତ ପ୍ରମାଣ ଯୋଗାଡ଼ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲ୍ଲାରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ୧୧ଟି ଗାଁର ଲୋକ ମିଶି ଗଠନ କରିଥିଲେ। ଲୋଡିଂରେ ଯାହା ଲାଭ ହେବ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା। ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏହି ସୋସାଇଟିର ସଦସ୍ୟ ନଥାଇ ବି ନିଜ ପ୍ରଭାବ ବିସ୍ତାର କରି ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ରହିଥିଲା। ଏ ସଂକ୍ରାନ୍ତରେ କେନ୍ଦୁଝର ଗନ୍ଧମାର୍ଦ୍ଦନ ମାଇନ୍ସ ଅଞ୍ଚଳର ଜଣେ ଗ୍ରାମବାସୀ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଗଲା ଫେବ୍ରୁଆରି ୭ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ରାଜା ଚକ୍ରଙ୍କ ସହଯୋଗୀମାନେ କୋଟି କୋଟି ଟଙ୍କା ସୋସାଇଟି ଖାତାରୁ ଉଠାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ୨୦୧୭ ମସିହାରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିକୁ ମୋଟ ୧୮୫ କୋଟି ଟଙ୍କା ଆସିଛି। ଏହି ଟଙ୍କାକୁ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ, ସଂପାଦକ ଉତ୍କଳ ଦାସ, ରାଜା ଚକ୍ର ଓ ତାଙ୍କର ସହଯୋଗୀଙ୍କ ଜରିଆରେ ଲୁଟ୍ କରାଯାଉଥିଲା। ଏହାଛଡ଼ା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନୟନ ବାବଦରେ ପ୍ରାୟ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲେ ବି କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନ ଥିଲା। ସେହି ଅଞ୍ଚଳର ଦୁଇଜଣ ବିଡିଓଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଥିଲା। କିନ୍ତୁ ସେହି ଅର୍ଥରେ କୌଣସି ବିକାଶ କାର୍ଯ୍ୟ ହୋଇନାହିଁ ବୋଲି ସେମାନେ କ୍ରାଇମବ୍ରାଞ୍ଚକୁ ଚିଠିର ଜବାବରେ ଲେଖିଥିଲେ। ପଣ୍ଡାପଡ଼ାରେ ଥିବା ମା’ କାଳୀ ପେଟ୍ରୋଲ ପମ୍ପକୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆକାଉଣ୍ଟରୁ ୯.୧୦ କୋଟି ଟଙ୍କା ଯାଇଛି। କିନ୍ତୁ ଏହି ଅର୍ଥରେ ଏଜେନ୍ସିର କୌଣସି ଗାଡ଼ିରେ ତେଲ ପଡ଼ିନାହିଁ। କେବଳ ରାଜାଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକୁ ତେଲ ଯୋଗାଇ ଦିଆଯାଇଛି। ଇଓଡବ୍ଲ୍ୟୁ ତଥ୍ୟ ଅନୁସାରେ, ଏଜେନ୍ସିର ୩୩ କୋଟି ଟଙ୍କା କେବଳ ରାଜନୈତିକ ଏବଂ ପ୍ରଭାବ ବିସ୍ତାର କରିବାକୁ ଖର୍ଚ୍ଚ କରାଯାଇଛି। ଯେତେବେଳେ କୌଣସି ସମସ୍ୟା ପ୍ରସଙ୍ଗ ଉଠିଥାଏ, ସେତେବେଳେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ରାଜା ଚକ୍ରଙ୍କୁ ସମର୍ଥନ ଦେବାରେ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ। ସେମିତି ପାଖାପାଖି ୭୪ କୋଟି ଟଙ୍କା ଶ୍ରମିକଙ୍କ ଦେୟ ଓ ଲୋଡିଂ ଖର୍ଚ୍ଚ ବାବଦରେ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାର କୌଣସି ଠିକ୍ ହିସାବ ନାହିଁ। ତେଣୁ ପରବର୍ତ୍ତୀ ସମୟରେ ଏହାର ଅଡିଟ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଇଓଡବ୍ଲ୍ୟ ସୂଚନା ଦେଇଛି। ଯଦିଓ ରାଜା ଚକ୍ର ଏଜେନ୍ସି ସହିତ ସଂପୃକ୍ତ ନ ଥିଲେ, ମାତ୍ର ତାଙ୍କ ଇସାରାରେ ହିଁ ଏଜେନ୍ସି ଚାଲୁଥିଲା। ଏଥିରେ ତାଙ୍କୁ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଓ ସଦାଶିବ ସାମଲ ସହଯୋଗ କରୁଥିଲେ। ସେହିପରି ରାଜାଙ୍କ ନାମରେ ଥିବା ତିନୋଟି ସଂସ୍ଥା ଶଙ୍କର ମିନେରାଲ୍ସ, ଶଙ୍କର ରୋଡ୍ୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ନାମରେ ବ୍ୟବସାୟ କରାଯାଉଥିଲେ ମଧ୍ୟ ଏହି ଅର୍ଥ ଏଥିରେ ଲାଗିଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ତଦନ୍ତ ବେଳେ ବିଭିନ୍ନପ୍ରକାର ଗାଡ଼ି ଓ ମେସିନ୍ ଜବତ ହୋଇଥିବାବେଳେ ଏକାଧିକ ଆକାଉଣ୍ଟକୁ ଅଚଳ କରାଯାଇଛି। ଯେଉଁଥିରେ ୨୫ ଲକ୍ଷ ଟଙ୍କା ରହିଛି।ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ବର୍ତ୍ତମାନର ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ପରବର୍ତ୍ତୀ ସମୟରେ ରାଜା ଚକ୍ରଙ୍କ ସଂପୃକ୍ତି ସାମନାକୁ ଆସିଥିଲା। ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜା ଓ ତାଙ୍କର ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା ଏବଂ ସଦାଶିବ ସାମଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସମସ୍ତଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଅନ୍ତରୀଣ ସୁରକ୍ଷା ହଟିଯିବା ପରେ ଆଜି ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ବାକି ତିନିଜଣ ସହଯୋଗୀ ଫେରାର ଅଛନ୍ତି।

Post Views14 Total Count

Apply Now


This will close in 0 seconds

error: Content is protected !!